ଆମାଜନ ଇଣ୍ଡିଆ ନିର୍ମାଲ୍ୟ ବିକ୍ରି କରିବା ଘଟଣା: ପୁରୀ ସିଂହଦ୍ୱାର ଥାନାରେ ଆମାଜନ ଇଣ୍ଡିଆ ନାଁରେ ଏତଲା
1 min readପୁରୀ: ଅନ୍ଲାଇନ୍ ମାର୍କେଟିଂ ସଂସ୍ଥା ଆମାଜନ ଇଣ୍ଡିଆ ନାଁରେ ପୁରୀ ସିଂହଦ୍ୱାର ଥାନାରେ ଏତଲା । ଅନଲାଇନରେ ଆମାଜନ ଇଣ୍ଡିଆ ନିର୍ମାଲ୍ୟ ବିକ୍ରି କରିବା ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି । କେଉଁ ଆଧାରରେ ଓ କାହା ନିର୍ଦ୍ଦେଶରେ ଆମାଜନ ନିର୍ମାଲ୍ୟ ବିକ୍ରୀ କରୁଛି, ସେ ନେଇ ଏତଲା ଦିଆଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଧାରା ୩୦-ଏ, ଆଇପିସି -୧୦୯ ଏବଂ ୨୯୫ରେ ରୁଜୁ ହୋଇଛି ମାମଲା ।
ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଅନ୍ଲାଇନ୍ରେ ବିକ୍ରି ହେଉଛି ନିର୍ମାଲ୍ୟ । ଅନଲାଇନରେ ଅଧିକ ଦରରେ ନିର୍ମାଲ୍ୟ ବିକ୍ରି ହେଉଛି । ପ୍ରଥମେ ଆମାଜନ ଇଣ୍ତିଆ ଏହାକୁ ଦୀର୍ଘବର୍ଷ ଧରି ବିକ୍ରି କରୁଥିବାର ଅଭିଯୋଗ ଆଣିଥିଲେ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ପରେ ଏନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଥିଲା । ଏବେ ଶ୍ରୀମନ୍ଦିର ପ୍ରଶାସନ ଏତଲା ଦେଇଛି ।