spot_img

Latest Posts

ବିଶ୍ୱର ସବୁଠୁ ଖୁସି ଦେଶ ଫିନଲ୍ୟାଣ୍ଡ

ନୂଆଦିଲ୍ଲୀ: ବାର୍ଷିକ ବିଶ୍ୱ ଖୁସି ରିପୋର୍ଟରେ ଫିନଲ୍ୟାଣ୍ଡକୁ ସବୁଠାରୁ ଖୁସି ଦେଶ ଭାବେ ଘୋଷଣା କରାଯାଇଛି । ଲଗାତର ଷଷ୍ଠ ଥର ପାଇଁ ଏହି ଲିଷ୍ଟର ଶୀର୍ଷରେ ରହିଛି ଫିନଲ୍ୟାଣ୍ଡ । ଏହି ରିପୋର୍ଟ ମାର୍ଚ୍ଚ ୨୦ରେ ପ୍ରକାଶ ପାଇଛି । ଏହି ତାଲିକାରେ ପ୍ରଥମ ସ୍ଥାନରେ ଫିନଲ୍ୟାଣ୍ଡ ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ ଡେନମାର୍କ ଓ ତୃତୀୟ ସ୍ଥାନରେ ଆଇସଲ୍ୟାଣ୍ଡ ରହିଛି । ତେବେ ଏହି ତାଲିକାରେ ଭାରତ ୧୨୫ ତମ ସ୍ଥାନରେ ରହିଛି ।

ବିଶ୍ୱ ଖୁସି ରିପୋର୍ଟ ଜାତିସଂଘର ସ୍ଥାୟୀ ବିକାଶ ସମାଧାନ ନେଟୱାର୍କର ପ୍ରକାଶନ ଏବଂ ୧୫୦ରୁ ଅଧିକ ଦେଶର ଲୋକଙ୍କ ବିଶ୍ବସ୍ତରୀୟ ସର୍ଭେ ତଥ୍ୟ ଉପରେ ଆଧାରିତ। ଚଳିତ ବର୍ଷର ତାଲିକା ଅତୀତର ରାଙ୍କିଂ ଭଳି ଅନେକ ସ୍କାଣ୍ଡିନେଭିୟ ଦେଶ ଶୀର୍ଷ ସ୍ଥାନରେ ଅଛନ୍ତି। ସେହି ଦେଶଗୁଡ଼ିକରେ କୋଭିଡ-୧୯ ମୃତ୍ୟୁ ହାର ଏକ ତୃତୀୟାଂଶ ଅଧିକ ଥିଲା। ଏହା ସତ୍ତ୍ବେ ଏବର୍ଷଗୁଡିକରେ ମଧ୍ୟ ସେମାନଙ୍କର ଭାବନା ସକରାତ୍ମକ ରହିଥିଲା। ନକରାତ୍ମକ ଭାବନା ତୁଳନାରେ ତାହା ଦୁଇଗୁଣ ଅଧିକ ରହିଥିଲା ଏବଂ ସକରାତ୍ମକ ସାମାଜିକ ସମର୍ଥନର ଭାବନାଠାରୁ ଦୁଇଗୁଣ ଅଧିକ ରହିଛି ।

ଭାରତ ପୂର୍ବଥର ୧୩୬ତମ ସ୍ଥାନରେ ଥିଲା । ତେବେ ଚଳିତବର୍ଷ ଏଥିରେ ଉନ୍ନତି ଆସି ୧୨୫ତମ ସ୍ଥାନକୁ ଆସିଛି । କିନ୍ତୁ ଏହି ତାଲିକାରେ ଭାରତ ପଡ଼ୋଶୀ ଦେଶ ନେପାଳ, ଚୀନ୍, ବାଂଲାଦେଶ ଏବଂ ଶ୍ରୀଲଙ୍କାଠାରୁ ପଛରେ ରହିଛି । ଏହି ତାଲିକାର ଆଫଗାନିସ୍ତାନ ସର୍ବନିମ୍ନ ୧୩୭ତମ ସ୍ଥାନରେ ରହିଛି ।

Latest Posts

Don't Miss