ଜିଏସଟି ଫାଙ୍କିବା ଅଭିଯୋଗରେ ଟ୍ରକରୁ ଜୋରିମାନା ଆଦାୟ

କଳାହାଣ୍ଡି: ଜିଏସଟି ଫାଙ୍କିବା ଅଭିଯୋଗରେ ଟ୍ରକରୁ ଜୋରିମାନା ଆଦାୟ। କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ସୁପରଫାଷ୍ଟ ମୁଭେର ପ୍ରାଇଭେଟ ଲିମିଟେଡ଼ ଉପରେ ଜିଏସଟି ଏନଫୋର୍ସମେଣ୍ଟ ଟିମର ଚଢାଉ। ବିନା ବିଲ୍‌ରେ ଟ୍ରକରେ ରଖାଯାଇଥିବା କପଡାକୁ ଜବତ କଲା ଏନଫୋର୍ସମେଣ୍ଟ ଟିମ। ତଦନ୍ତ କରି ଦେଢ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି ତଦନ୍ତକାରୀ ଦଳ। ଜିଏସଟି ବିଲ୍‌ରେ ଚଞ୍ଚକତା ଅଭିଯୋଗରେ ଜିଲ୍ଲା ଜିଏସଟି ଇନଫୋର୍ସମେଣ୍ଟ ତରଫରୁ କଳିଙ୍ଗ ସୁପରଫାଷ୍ଟ ମୁଭେର ପ୍ରାଇଭେଟ୍ ଲିମିଟେଡ ଗୋଦାମ ଉପରେ ଚଢ଼ାଉ କରାଯାଇଥିଲା।

ଏହିସମୟରେ ରେଡିମେଟ କପଡା ସହ ଅନ୍ୟାନ୍ୟ ଜିନିଷ ଭର୍ତ୍ତି ରହିଥିବା ଏକ ଟ୍ରକ ଜିଏସଟି ଅଧିକାରୀଙ୍କ ସନ୍ଦେହ ଘେରକୁ ଆସିଥିଲା। ଏହାର ତଦନ୍ତ ପରେ ସଂପୃକ୍ତ ସଂସ୍ଥା ଜିଏସଟି ଫାଙ୍କିଥିବା ଜଣାପଡିଥିଲା। ଟ୍ରକରେ ଥିବା ୯୭ଟି ବଣ୍ଡଲରୁ ୬୦ଟିର ବିଲ୍ ଭାଉଚର ନଥିଲା। ଫଳରେ ଟ୍ୟାସ୍କ ଓ ଜୋରିମାନା ବାବଦକୁ ୧ଲକ୍ଷ ୫୦ ହଜାର ଟଙ୍କା ଅସୁଲ କରାଯାଇଛି।

Leave a Reply