ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୧ ନୁହେଁ, ୨୭୦ ଜାଣନ୍ତୁ କେମିତି !
1 min readଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୦କୁ ହ୍ରାସ ପାଇଛି । କିଛି ସମୟ ତଳେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ମହାରାଷ୍ଟ୍ର ରାଜ୍ୟର ବୋଲି ସୂଚନା ମିଳିଛି । ୪୨ ବର୍ଷ ବୟଷ୍କ ଏହି ପୁରୁଷ ବ୍ୟକ୍ତି ଜଣଙ୍କ ମହାରାଷ୍ଟ୍ରର ଜଣେ ଟ୍ରକ ଡ୍ରାଇଭର । ଓଡ଼ିଶାରେ ଏକ ସଡ଼କ ଦୁର୍ଘଟଣାର ଆହତ ହୋଇ ସେ ଏମ୍ସରେ ଭର୍ତ୍ତି ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ତେଣୁ ତାଙ୍କୁ ମହାରାଷ୍ଟ୍ର ରାଜ୍ୟର କରୋନା ସଂଖ୍ୟାରେ ଗଣାଯିବ ।
ତେଣୁ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟାରେ ଗୋଟିଏ ସଂଖ୍ୟା ହ୍ରାସ ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ୱେବସାଇଟ୍ ରେ ଏହି ସୂଚନା ଦିଆଯାଇଛି । ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୫୧ରୁ ୫୦କୁ ହ୍ରାସ ପାଇଛି ।
5th Health Update, 8th May
One positive case
42 yr Male, MumbaiHe is a Truck driver of Mumbai. Met with a road accident in Odisha. Admitted in AIIMS, BBSR and Tested Positive. This case will be counted in the State of Maharastra.
Total Positive Case: 270
— I & PR Department, Odisha (@IPR_Odisha) May 8, 2020