ଖଜୁରୀରୁ କେତେ ରୋଜଗାର କରନ୍ତି ସାଉଦି ଆରବିଆନ୍ ଜାଣନ୍ତୁ …

ଆରମ୍ଭ ହେବାକୁ ଯାଉଛି ଇସଲାମର ପବିତ୍ର ମାସ ରମଜାନ । ଯାହାକୁ ନେଇ ସାରା ବିଶ୍ବର ମୁସଲମାନ ସମ୍ପ୍ରଦିୟ ଲୋକ ବ୍ୟସ୍ତରେ ଅଛନ୍ତି । ଏହି ମାସଟି ସେମାନଙ୍କ ପାଇଁ ବେଶ୍ ଗରୁତ୍ବପୂର୍ଣ୍ଣ ହୋଇଥାଏ । ଏହା ସହିତ ଅନେକ ବ୍ୟବସାୟୀଙ୍କ ପାଇଁ ତାଙ୍କ ବ୍ୟବସାୟରେ ମଧ୍ୟ ଅନେକ ଲାଭ ଆଣିଥାଏ ।  ୩୦ ଦିନ ଧରି ପାଳନ କରୁଥିବା ଉପବାସରେ ଖଜୁରକୁ ଏକ ବିଶେଷ ଫଳ ଭାବରେ ବିବେଚନା କରାଯାଏ । ରମଜାନ ମାସରେ ସର୍ବାଧିକ ବିକ୍ରି ହେଉଥିବା ସାମଗ୍ରୀ ତାଲିକାରେ ଖଜୁରୀ ଶୀର୍ଷରେ ରହିଥାଏ। ସାଉଦି ଆରବ କେବଳ ତେଲ ବିକ୍ରି କରେ ନାହିଁ ବରଂ ଏହା ଖଜୁରୀର ସବୁଠାରୁ ବଡ଼ ଉତ୍ପାଦକ ମଧ୍ୟ।ସାଉଦି ଆରବରୁ ଖଜୁରୀ ସାରା ବିଶ୍ବକୁ ରପ୍ତାନି କରାଯାଏ ।  ଏବଂ ଏହି ରମାଜାନ ମାସରେ ଏହାର କ୍ରୟ ବହୁ ଗୁଣ ବୃଦ୍ଧି ପାଏ ।ଏକ ରିପୋର୍ଟ ଅନୁଯାୟୀ ସାଉଦି ଆରବ କେବଳ  ଏହି ରମଜାନ ମାସରେ ୭୦ ପ୍ରତିଶ୍ରତ ବୃଦ୍ଧି ହୋଇଥାଏ ।

ଖଜୁରୀରୁ କେତେ ରୋଜଗାର କରନ୍ତି ସାଉଦି ଆାରବ:

ସାଉଦି ଆରବର ପରିବେଶ, ଜଳ ଏବଂ କୃଷି ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ ସାଉଦି ଆରବରୁ ଖଜୁରୀ ରପ୍ତାନି ୨୦୨୩ ମସିହାରେ ପୂର୍ବ ବର୍ଷ ତୁଳନାରେ ୫.୪ ପ୍ରତିଶତ ବୃଦ୍ଧି ପାଇ ୧.୨୮ ବିଲିୟନ ସାଉଦି ରିୟାଲ (୩୪୦ ନିୟୁତ ଆମେରିକୀୟ ଡଲାର) ହୋଇଛି।

ତଥ୍ୟ ଦର୍ଶାଉଛି ଯେ ରାଜ୍ୟ ୩୦୦ ରୁ ଅଧିକ ପ୍ରକାରର ଖଜୁରୀ ରପ୍ତାନି କରିଥିଲା, ଯାହା ମୂଲ୍ୟ ଦୃଷ୍ଟିରୁ ୧୧୩ଟି  ଦେଶ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି, ଅନ୍ତର୍ଜାତୀୟ ବାଣିଜ୍ୟ କେନ୍ଦ୍ର ଅନୁଯାୟୀ ସାଉଦି ଆରବ ୧୧୩ ଟି ଦେଶ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ।

ରମଜାନ ସମୟରେ ସାଉଦି ଆରବ ବିଭିନ୍ନ ଦେଶକୁ ପଠାଏ ଉପହାର :

ସାଉଦି ଆରବର ଲୋକ ମାନେ ଖୁବ୍ ସ୍ନେହି । ତାଙ୍କ ଭିତରେ ଭରି ରହିଛି ଭାଇଚାରା । ଦେଶ ଦେଶ ଭିତରେ ଭଲ ସମ୍ପର୍କ ବଜାୟ ରଖିବା ଦୃଷ୍ଟି କୋଣରୁ ରମଜାନ ଅବସରରେ ୧୧୨ଟି ଦେଶକୁ ଖଜୁରୀ ପଠାଯାଏ ।ଏହି ବର୍ଷ ସାଉଦି ଆରବ ସରକାର ବିଶ୍ୱର ୧୦୨ଟି ଦେଶକୁ ଉପହାର ସ୍ୱରୂପ ୭୦୦ ଟନ୍ ଖଜୁର ପଠାଇଛନ୍ତି। ଏହି ଉପହାରଗୁଡ଼ିକ ରାଜା ସଲମାନଙ୍କ ଦ୍ୱାରା ପଠାଯାଉଛି।ଏହା ପ୍ରଥମ ଥର ନୁହେଁ, ସାଉଦି ଆରବ ପ୍ରତିବର୍ଷ ଏହା କରେ ଏବଂ ଏହି ବର୍ଷ ମଧ୍ୟ ପରମ୍ପରା ଜାରି ରହିଛି। ଚଳିତ ବର୍ଷ, ଗତ ବର୍ଷ ତୁଳନାରେ ୨୦୦ ଟନ୍ ଅଧିକ, ଅର୍ଥାତ୍ ୭୦୦ ଟନ୍ ଖଜୁରୀ  ଅନ୍ୟ ଦେଶକୁ ପଠାଯିବ। ଏହି କାର୍ଯ୍ୟକ୍ରମ ସାଉଦିର ଇସଲାମିକ୍ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ତଦାରଖ କରାଯାଉଛି।