spot_img

Latest Posts

ମହାରାଷ୍ଟ୍ରରେ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ କେତେ ଆସନରେ ଲଢିବେ ଜାଣନ୍ତୁ

ମହାରାଷ୍ଟ୍ର : ମହାରାଷ୍ଟ୍ର ମହାବିକାଶ ଅଘାଡ଼ିରେ ଆସନ ବୁଝାମଣା ଶେଷ। ୪୮ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ଲଢିବ ୨୧ ଆସନରେ। କଂଗ୍ରେସ ୧୭ଟିରେ ଓ ଏନସିପି ଶରଦ ପାୱାର ଗୋଷ୍ଠୀ ଲଢିବ ୧୦ ଆସନରେ। ଉତ୍ତର- ପଶ୍ଚିମ, ଦକ୍ଷିଣ-କେନ୍ଦ୍ରୀୟ, ଦକ୍ଷିଣ, ଦକ୍ଷିଣ-ପୂର୍ବ ଆସନରେ ଲଢିବ ଶିବସେନା। ଉତ୍ତର ଓ ଉତ୍ତର କେନ୍ଦ୍ରୀୟ ଆସନରେ ଲଢିବ କଂଗ୍ରେସ। ପୂର୍ବରୁ ଏମଭିଏ ସହ ପ୍ରକାଶ ଆମ୍ବେଦକରଙ୍କ ବଞ୍ଚିତ ବହୁଜନ ଅଘାଡ଼ି ମେଣ୍ଟ କରିବ ବୋଲି ଚର୍ଚ୍ଚା ଚାଲିଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ଏହା ବିଫଳ ହୋଇଯାଇଥିଲା। ନିଜ ଦଳ ଲାଗି ୫ଟି ଆସନ ଚାହିଁଥିଲେ ପ୍ରକାଶ। ମାତ୍ର ଏଥିରେ ଶିବସେନା, କଂଗ୍ରେସ ଓ ଏନସିପି ସହମତି ପ୍ରକାଶ କରି ନଥିଲେ। ମହାରାଷ୍ଟ୍ରରେ ଏପ୍ରିଲ ୧୯, ଏପ୍ରିଲ ୨୬, ମେ ୭, ମେ ୧୩, ମେ ୨୦ରେ ପାଞ୍ଚ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ।

Latest Posts

Don't Miss