କୃଷି ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟି, କୃଷି କ୍ଳଷ୍ଟର ପାଇଁ ୧୦ ହଜାର କୋଟି

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଯୋଜନା ନେଇ ଶୁକ୍ରବାର ପୁଣି ବିବୃତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି କେନ୍ଦ୍ରମନ୍ତ୍ରୀ ଚାଷୀ, ମତ୍ସ୍ୟପାଳନ, ଗୃହ ପାଳିତ ପଶୁ, ମହୁ ଚାଷ କ୍ଷେତ୍ରକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । କୃଷି କ୍ଷେତ୍ରକୁ ଆହୁରି ଅଧିକ ମଜଭୁତ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।

ଏଥିସହ କ୍ଷୁଦ୍ର ଖାଦ୍ୟ ଉଦ୍ୟୋଗ ପାଇଁ ୧୦ ହଜାର କୋଟି ଟଙ୍କାର ସହାୟତା ଦିଆଯାଇଛି । ଏହାଦ୍ଵାରା ୨ ଲକ୍ଷ ଉଦ୍ୟୋଗୀ ଲାଭବାନ ହେବେ । ପିଏମ କିଷାନ ଯ଼ୋଜନା ମାଧ୍ୟମରେ ୧୮ ହଜାର ୭୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।

ଗତ ଦୁଇ ମାସ ମଧ୍ୟରେ ଚାଷୀଙ୍କୁ ୭୪ ହଜାର ୩୦୦ କୋଟି ଟଙ୍କାର ସହାୟତା ଦିଆଯାଇଛି । ମତ୍ସ୍ୟଚାଷୀଙ୍କୁ ମଧ୍ୟ ସହାୟତା ଦିଆଯିବ । ସେମାନଙ୍କୁ ନୂଆ ଡଙ୍ଗା ସହ ମତ୍ସ୍ୟଜୀବୀଙ୍କର ଜୀବନ ବୀମା କରିବେ ସରକାର । ମାଛ ଧରିବା ପାଇଁ ଯନ୍ତ୍ରପାତି ମଧ୍ୟ ସରକାର ଯ଼ୋଗାଇ ଦେବେ ।

ଗୃହ ପାଳିତ ପଶୁଙ୍କ ପାଇଁ ମଧ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି । ସେମାନଙ୍କୁ ଟିକାକରଣ କରିବା ସହ ରୋଗମୁକ୍ତ କରିବା ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ । ଗତ ଜାନୁଆରୀ ମାସ ଭିତରେ ଦେଢ କୋଟି ଗାଇ ଓ ବଳଦଙ୍କର ଟିକାକରଣ କରାଯାଇଛି ।

ଏଥିସହ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହ  ଏ ସମ୍ପର୍କିତ ସାମଗ୍ରୀର ଉତ୍ପାଦନ ବୃଦ୍ଧି ପାଇଁ ସରକାର ୧୫ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ଔଷଧ ତିଆରିରେ ବ୍ୟବହୃତ ଗଛର ଚାଷ ପାଇଁ ମଧ୍ୟ ଆର୍ଥିକ ସହାୟତା ଦିଆଯାଇଛି । ଏଥିପାଇଁ ୪ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ସରକାର ।

ମହୁଚାଷ ପାଇଁ 500 କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ଏଥିସହ ମହୁକୁ କିପରି ଲୋକାଲଟୁ ଗ୍ଳୋବାଲ କରାଯିବ ସେଥିପାଇଁ ମଧ୍ୟ ପ୍ରୟାସ କରାଯିବ । ଏହାଦ୍ଵାର 2 ଲକ୍ଷ ମହୁଚାଷୀ ଅଧିକ ଉପକୃତ ହେବେ । ଆଳୁ, ପିଆଜ ଟମାଟୋ ଚାଷୀଙ୍କ ପାଇଁ ମଧ୍ୟ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ସେମାନେ କିପରି କମ୍‌ ଦାମରେ ବିକ୍ରି ନକରି କ୍ଷତିଗ୍ରସ୍ତ ନହେବେ ସେଥିପ୍ରତି ଧ୍ୟାନ ଦେବେ ସରକାର ।

Leave a Reply