spot_img

Latest Posts

ବାତ୍ୟା ୟାସରେ ମୃତ୍ୟୁ ଘଟିଥିବା ପରିବାରକୁ ଆର୍ଥିକ ସହାୟତା, ମିଳିବ ୪ଲକ୍ଷ

ଭୁବନେଶ୍ୱର: ବାତ୍ୟା ୟାସରେ ମୃତାହତ ହୋଇଥିବା ପରିବାରକୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରଶି ପ୍ରଦାନ କରାଯିବା ନେଇ ସରକାର ଘୋଷଣା କରିଛନ୍ତି । ସୂଚନା ମୁତାବକ ଲଗାଣ ବର୍ଷା ପବନ ଯୋଗୁଁ ଘର କାନ୍ଥ ଧସି ଯିବାରୁ ପ୍ରାଣ ହରାଇଛନ୍ତି ପଳାଶମୁଣ୍ଡୁଳି ପଞ୍ଚାୟତ କୁସୁମକୁଟି ଗ୍ରାମର ବୁଧୁନି ସିଂ(୭୦)। ତେବେ ବ୍ଲକ୍ ପ୍ରଶାସନ ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ସ୍ଥାନାନ୍ତର କାର୍ଯ୍ୟ କରିଥିଲେ ବି ବୃଦ୍ଧା ଜଣକ କେମିତି ବିପଦସଙ୍କୁଳ ଘରେ ରହିଲେ ଏ ନେଇ ଆରମ୍ଭ ହୋଇଛି ତଦନ୍ତ।

ସେପଟେ ବୃଦ୍ଧାଙ୍କର ମୃତ୍ୟୁ ଘଟିବା ପରେ ସଙ୍ଗେ ସଙ୍ଗେ ସହାୟତା ଘୋଷଣା କରିଛନ୍ତି ସରକାର। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ତହସିଲଦାର ଅନନ୍ତ କୁମାର ହାଁସଦା। ମୋରଡ଼ା ବିଧାୟକ ରାଜକିଶୋର ଦାଶ ପହଞ୍ଚି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସମସ୍ତ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ ବୃଦ୍ଧା ଜଣକ ଶୋଇଥିବା ବେଳେ ଗତକାଲି ରାତିରେ ତାଙ୍କ ଉପରେ କାନ୍ଥ ପଡ଼ି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Latest Posts

Don't Miss