ସରକାରୀ କର୍ମଚାରୀଙ୍କୁ ବଡ଼ ଝଟକା, ମାନିବାକୁ ହେବ ନିୟମ !

ନୂଆଦିଲ୍ଲୀ: ଅନାବଶ୍ୟକ ଖର୍ଚ୍ଚ ଉପରେ ଲାଗିବ ରୋକ ! ମାନିବାକୁ ହେବ ନିୟମ । ବହୁତ ଶୀଘ୍ର ଲାଗୁହେବ ଏହି ନିୟମ । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ କର୍ମଚାରୀମାନଙ୍କୁ ଅଯଥା ଖର୍ଚ୍ଚ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ବିମାନଯାତ୍ରା ସମୟରେ ନିଜ ଶ୍ରେଣୀର ସବୁଠାରୁ ଶସ୍ତା ବା କମ୍ ଖର୍ଚ୍ଚଯୁକ୍ତ ଉଡାଣ ବାଛିବାକୁ ହେବ ।

ସରକାରୀ କର୍ମଚାରୀ ମାନଙ୍କୁ ବିମାନ ଯାତ୍ରାର ତିନି ସପ୍ତାହ ପୂର୍ବରୁ ଟିକେଟ୍ ବୁକିଂ କରିବାକୁ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ସେମାନେ ନିଜ ଶେଣୀର ସବୁଠାରୁ ଶସ୍ତା ଭଡାଯୁକ୍ତ ଟିକଟ୍ ବୁକ୍ କରିବାକୁ କୁହାଯାଇଛି । ଯାତ୍ରାର ପ୍ରତ୍ୟେକ ପର୍ଯ୍ୟାୟରେ ଗୋଟିଏ ହିଁ ଟିକଟ୍ ବୁକ୍ କରିବା ସହ ବିନା କାରଣରେ ବାରମ୍ବାର ଟିକଟ୍ ରଦ୍ଧ କରିବାକୁ ବାରଣ କରିଛି ଅର୍ଥ ମନ୍ତ୍ରଣାଳୟ ।

ବର୍ତ୍ତମାନ ସରକାରୀ କର୍ମଚାରୀ ମାନେ କେବଳ ୩ ସ୍ବୀକୃତପ୍ରାପ୍ତ ଟ୍ରାଭେଲ ଏଜେଣ୍ଟଙ୍କ ଠାରୁ ଟିକେଟ କିଣିପାରିବେ । ଏଥିମଧ୍ୟରୁ ବାଲ୍ମର ଲୋରୀ ଇଣ୍ଡ କମ୍ପାନୀ, ଅଶୋକ ଟ୍ରାଭେଲ ଇଣ୍ଡ ଟୁର୍ସ ଏବଂ ଆଇଆରସିଟିସି ସାମିଲ ଅଛି । ଏୟାର ଟିକେଟ ବୁକିଂ ପାଇଁ ନୂତନ ଏୟାର ଟିକେଟ୍ ଗାଇଡଲାଇନ ଅନୁଯାୟୀ ବୁକିଂ ୭୨ ଘଣ୍ଟାରୁ କମ୍ ସମୟ ବିଶିଷ୍ଟ ହୋଇଥିବା ଦରକାର । ଯଦି ୨୪ଘଣ୍ଟା ପୂର୍ବରୁ ଯଦି ଟିକଟ ରଦ୍ଦ କରାଯିବ ତେବେ କର୍ମଚାରୀଙ୍କୁ ଏହାର ସ୍ପଷ୍ଟୀକରଣ ଦେବାକୁ ହେବ ।