ଗର୍ଭବତୀଙ୍କ ଉପରେ ଟ୍ରାକ୍ଟର ଚଢ଼ାଇଦେଲେ ଫାଇନାନସ୍ କମ୍ପାନି ଏଜେଣ୍ଟ

1 min read

ରାୟପୁର: ପୁଣି ଚର୍ଚ୍ଚାରେ ଝାଡ଼ଖଣ୍ଡ । ଜଣେ ଗର୍ଭବତୀଙ୍କ ଉପରେ ଟ୍ରାକ୍ଟର ଚଢ଼ାଇଦେଲେ ଏକ ଫାଇନାନସ୍ କମ୍ପାନି ଏଜେଣ୍ଟ । ଘଟଣାସ୍ଥଳରେ ମହିଳା ପ୍ରାଣ ହରାଇଛନ୍ତି । ଝାଡ଼ଖଣ୍ଡ ହଜାରିବାଗ ଜିଲ୍ଲା ଇଚକ ପୋଲିସ ଥାନା ଅଞ୍ଚଳରେ ଘଟିଛି ଲୋମହର୍ଷକ ଘଟଣା । ମୃତକ 3 ମାସର ଗର୍ଭବତୀ ଥିବାବେଳେ ସେ ଜଣେ ଭିନ୍ନକ୍ଷମ ଚାଷୀଙ୍କ ଝିଅ ବୋଲି ସୂଚନା ମିଳିଛି । ଜିଲ୍ଲା ପୋଲିସ ଏସପି ମନୋଜ ରତନ ଛୋଟେ କହିଛନ୍ତି- ଋଣରେ ନେଇଥିବା ଟ୍ରାକ୍ଟର ଫେରାଇ ଆଣିବାକୁ ଫାଇନାନ୍ସ କମ୍ପାନି କର୍ମଚାରୀ ମହିଳାଙ୍କ ଘରକୁ ଯାଇଥିଲେ ।

ତେବେ ଏହାକୁ ନେଇ କର୍ମଚାରୀ ଓ ମୃତକଙ୍କ ପରିବାର ମଧ୍ୟରେ ଝଗଡ଼ା ଲାଗିଥିବାବେଳେ ମହିଳାଙ୍କ ଉପରେ ଟ୍ରାକ୍ଟର ଚଢିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ଫାଇନାନ୍ସ କମ୍ପାନିର ମ୍ୟାନେଜର ଓ ରକଭରି ଏଜେଣ୍ଟ ସମେତ 4 ଜଣଙ୍କ ନାମରେ ହତ୍ୟା ମାମଲା ରୁଜୁ କରାଯାଇଛି । ମୃତକଙ୍କ ପରିବାରର ଜଣେ ସଦସ୍ୟ ଅଭିଯୋଗ କରିଛନ୍ତି- କୌଣସି ସୂଚନା ନ ଦେଇ ଫାଇନାନ୍ସ କମ୍ପାନିର କର୍ମଚାରୀ ଘରକୁ ଆସିବା ପରେ ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହି ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ଫାଇନାନ୍ସ କମ୍ପାନିର ଏମଡି ତଥା ସିଇଓ ।