ଟ୍ରାଙ୍କୁଲାଇଜ ହେଲା ଦନ୍ତା, ଟ୍ରକରେ ଗଲା ଟାଙ୍ଗୀ

ଭୁବନେଶ୍ବର: ପାତ୍ରପଡ଼ା ଶନିମନ୍ଦିର ପଛପଟେ ଟ୍ରାଙ୍କୁଲାଇଜ ହେଲା ହାତୀ । ଟ୍ରକ୍ ଯୋଗେ ଟାଙ୍ଗି ଜଙ୍ଗଲକୁ ହାତୀକୁ ନିଆଯାଇଛି । ରାତି ତମାମ ରାଜଧାନୀରେ ଦନ୍ତା ବୁଲିବା ପରେ ହାତୀ କାବୁ କରିବାରେ ସକ୍ଷମ ହୋଇଛି ବନ ବିଭାଗ । ପିପିଲିରୁ ବାଲିପାଟଣା ଉତ୍ତରା ଶାସନ ନିକଟରେ ଏକ ହାତୀ ଧଉଳି ଅଭିମୁଖେ ଯାଇଥିବା ଦେଖିବାକୁ ମିଳିଥିଲା ।
ବନବିଭାଗ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ହାତୀ ବୁଲିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ହାତୀଟି ଦୟା ନଦୀ ପ୍ରୋଜେକ୍ଟ ପାଚେରୀ ଭାଙ୍ଗି ପଳାସପୁର ଗାଁରେ ପଶିଥିଲା । ଖୋର୍ଦ୍ଧା ସିଟି ଡିଭିଜନ ପୁରୀ ୱାଇଲଡ ଲାଇଫ ଡିଭିଜନ ଚନ୍ଦକା ବନ ଭିଭାଗ ହାତୀ ଘଉଡ଼ାଇବାରେ ନିୟୋଜିତ ହୋଇଥିଲେ । ହାତୀ ଟ୍ରାଙ୍କୁଲାଇଜ ହୋଇଥିବା ବେଳେ ୬ଟି ରେଞ୍ଜର ଏସିଏଫ ହାତୀକୁ ଜଗିଥିଲେ ।