spot_img

Latest Posts

କାଳୀପୂଜା ଓ ଦୀପାବଳି ପାଇଁ ଏବେଠୁ ଉତ୍ସବମୁଖର କଟକ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

କାଳୀପୂଜା ଓ ଦୀପାବଳି ପାଇଁ ଏବେଠୁ ଉତ୍ସବମୁଖର କଟକ । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଶତାଧିକ ମଣ୍ଡପରେ ଏବେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡିଚଢା କାମ ଚାଲିଛି । କାରିଗରମାନେ ଖଡିଚଢା କାମ ସାରିବା ପରେ ଦୁଇ ଦିନ ପରେ ମାଆଙ୍କ ରଙ୍ଗକାମ ଆରମ୍ଭ ହେବ। ଏହା ପରେ ଶନିବାର ସୁଦ୍ଧା ମାଆଙ୍କ ସାଜସଜା କାମ ଶେଷ ହେବ । ତେବେ ମଣ୍ଡପ ତିଆରିରେ ଲାଗି ପଡିଛନ୍ତି କାରିଗର । ଏଥର ବି ଉଚ୍ଚ ତୋରଣରେ ପୂଜା ପାଇବେ ମାଆ ।

ସେପଟେ କାଳିପୂଜା ଓ ଦୀପାବଳି ବାଣ ଫୁଟା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯିବ ବୋଲି କହିଛନ୍ତି ଡିସିପି । ସହରରେ ବିଭିନ୍ନ ଖୋଲା ସ୍ଥାନରେ ବାଣ ବିକ୍ରି ପାଇଁ ଅନୁମତି ଦିଆଯିବ। ଏହା ପରେ ଲୋକମାନେ ସୁରକ୍ଷିତ ଭାବେ ଧାର୍ଯ୍ୟ ସମୟରେ ଦୀପାବଳି ରାତିରେ ବାଣ ଫୁଟାଇବେ । ଏ ନେଇ ଡିସିପି କହିଛନ୍ତି ଯେ ବାଣଫୁଟାରେ ଅଭିଭାବକ ମାନେ ନିଜ ପିଲାମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇ ବାଣ ଫୁଟାନ୍ତୁ। କଟକ ସହରରେ ଦୁର୍ଗା ପୂଜା ଭସାଣ ବେଳେ ଗଣ୍ଡଗୋଳ ଘଟଣାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ କଳିପୂଜାରେ ଅଧିକ ସୁରକ୍ଷା ବଳ ମୁତୟନ କରାଯିବ।

Latest Posts

Don't Miss