ଫିଲ୍ମ ଫେୟାର ଆଓ୍ୱାର୍ଡ: ବେଷ୍ଟ ସର୍ଟ ଫିଲ୍ମ ତାଲିକାରେ ଅନ୍ତର୍ବାସନା ଓ ସୀତା

1 min read

ଭୁବନେଶ୍ୱର: ଏବେ ସୋସିଆଲ ମିଡିଆର ଯୁଗ । ଆଉ ଯୁବପିଢ଼ିଙ୍କୁ ବିମୋହିତ କରୁଛି ଓ୍ୱେବ୍‌ ସିରିଜ୍‌ । ଏହାରି ଭିତରେ ବିଭିନ୍ନ ସର୍ଟ ଫିଲ୍ମର ଚାହିଦା ମଧ୍ୟ ବେଶ ରହିଛି । ସୋସିଆଲ ମିଡିଆରେ ସର୍ଟ ଫିଲ୍ମର ଭ୍ୟୁୟର୍ସ ସଂଖ୍ୟା ସବୁବେଳେ ଅଧିକ  ଦେଖିବାକୁ ମିଳୁଛି । କାରଣ ସର୍ଟ୍‌ ଫିଲ୍ମ ଗୁଡ଼ିକରେ ରହୁଛି ଅନେକ ସାମାଜିକ ବାର୍ତ୍ତା । ଯାହାକି ଲୋକଙ୍କ ହୃଦୟକୁ ଚୁଟ୍‌କିରେ ଛୁଇଁ ଯାଉଛି । ତେଣୁ ଏବେ ସୋସିଆଲ ମିଡିଆରେ ସର୍ଟ ଫିଲ୍ମର ମାତ୍ରା ମଧ୍ୟ ଢ଼େର୍‌ ଦେଖିବାକୁ ମିଳୁଛି ।

ତେବେ ଫିଲ୍ମ ଫେୟାର ପକ୍ଷରୁ ବେଷ୍ଟ ସର୍ଟ ଫିଲ୍ମ ପାଇଁ ପୁରସ୍କାର ମଧ୍ୟ ଦିଆଯାଉଛି । ଏବେ ଫିଲ୍ମ ଫେୟାର ପକ୍ଷରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବେଷ୍ଟ ସର୍ଟ ଫିଲ୍ମ ତାଲିକାରେ ୩୦ଟି ସର୍ଟ ଫିଲ୍ମ ରହିଛି । ଫିଲ୍ମଫେୟାର ଓ୍ୱେବ୍‌ସାଇଟ୍କୁ ଯାଇ ଯେ କେହି ଏହି ୩୦ଟି ସର୍ଟ ଫିଲ୍ମ ଦେଖିପାରିବେ ଓ ଭୋଟ୍‌ ମଧ୍ୟ ଦେଇପାରିବେ ।

ତେବେ ସବୁଠାରୁ ବଡ଼ କଥା ହେଲା, ଏହି ରେସ୍‌ରେ ଓଡ଼ିଆ କଳାକାରଙ୍କର ଦୁଇଟି ସର୍ଟ ଫିଲ୍ମ  ରହିଛି । ଗୋଟିଏ ହେଲା ANTARVASNA ଓ ଅନ୍ୟ ଟି ହେଉଛି SITA । ଏହି ସର୍ଟ୍‌ ଫିଲ୍ମ ପ୍ରସ୍ତୁତ କରିବାରେ କିଛି ଓଡ଼ିଆଙ୍କ ପ୍ରମୁଖ ଭୂମିକା ରହିଛି । ଏହି ଦୁଇଟି ସର୍ଟ୍‌ ଫିଲ୍ମକୁ ଦେଖନ୍ତୁ ଏବେ ଭଲ ଲାଗିଲେ ଏହାକୁ ଭୋଟ ଦିଅନ୍ତୁ ।

ତେବେ ଏହି ଦୁଇଟି ସର୍ଟ ହିନ୍ଦି ଫିଲ୍ମରେ ଓଡ଼ିଶାର ଜଣାଶୁଣା ଆଡମ୍ୟାନ୍ ତଥା ଚଳଚ୍ଚିତ୍ର ନିର୍ମାତା ଦୟାନିଧି ଦହିମା ନିର୍ଦ୍ଦେଶନା ଦେଇଛନ୍ତି । ଦୟାନିଧି ଦହିମା ଓ ଶିବାଶିଷ ନାୟକ ଏହାର ପ୍ରଯୋଜିନା ଦାୟିତ୍ୱ ନେଇଥିବା ବେଳେ ଏହା ଦୟା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହୋଇଛି । ‘ଅନ୍ତର୍ବାସନା’ରେ ଜଣାଶୁଣା ଅଭିନେତ୍ରୀ ଶିବାନୀ ତାଙ୍କସାଲେ ମୁଖ୍ୟ ଭୂମିକାରେ ଅଛନ୍ତି । ଏଥିରେ ଜଣେ ମଧ୍ୟବୟସ୍କା ମହିଳା, ସ୍ୱାମୀଙ୍କ ଦ୍ୱାରା ଉପେକ୍ଷିତା ହେଲେ, ତାଙ୍କ ଭିତରେ କିପରି ‘ଅନ୍ତର୍ବାସନା’ ଜାଗିଥାଏ, ତାହା ପ୍ରଦର୍ଶିତ ହୋଇଛି । ଅପରପକ୍ଷରେ ‘ସୀତା’ରେ ଲୋକପ୍ରିୟ ଅଭିନେତ୍ରୀ ଶ୍ରୀୟା ପିଲଗାଓଁକର୍ ଓ ଲିଲିପୁଟ୍ ମୁଖ୍ୟ ଭୂମିକାରେ ଅଛନ୍ତି । ଏହାର କଥାବସ୍ତୁରେ ଆଜିକାର ଓ ରାମାୟଣ ଯୁଗର ପ୍ରସଙ୍ଗ ରହିଛି ।

Leave a Reply