ଦୀର୍ଘ ଦିନର ଅପେକ୍ଷା ପରେ ଖୋଲିବ ଫିଲ୍ମ ହଲ୍, ପୁଣିଥରେ ରିଲିଜ୍ ହେବ ଏହି ୬ଟି ହିଟ୍ ଫିଲ୍ମ

1 min read

ମୁମ୍ବାଇ: କରୋନା ସଙ୍କଟରେ ଦୀର୍ଘ ଦିନର ଅପେକ୍ଷା ପରେ ଦର୍ଶକମାନେ ଏବେ ଥିଏଟରରେ ଫିଲ୍ମ ଦେଖିପାରିବେ । ଅକ୍ଟୋବର ମାସ ୧୫ ତାରିଖ ତଥା କାଲିଠୁ ସିନେମା ହଲ୍ ଖୋଲିବ । ଦର୍ଶକମାନେ ଫିଲ୍ମ ଦେଖିବାର ମଜା ଉଠାଇପାରିବେ । କରୋନା ଯୋଗୁଁ ଅନେକ ମାସ ଧରି ସିନେମା ହଲ୍ ବନ୍ଦ ଥିଲା । ଫିଲ୍ମ ପ୍ରେମୀଙ୍କ ସହ ଫିଲ୍ମ ନିର୍ମାତାମାନେ ମଧ୍ୟ ସିନେମା ହଲ୍ ଖୋଲିବା ନେଇ ବହୁତ ଉତ୍ସାହିତ ଅଛନ୍ତି । ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଅନେକ ଫିଲ୍ମ ପୁନଃ- ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ବାଣିଜ୍ୟ ସମୀକ୍ଷକ ତରନ୍ ଆଦର୍ଶ ଟ୍ୱିଟ୍ କରି ସେହି ଚଳଚ୍ଚିତ୍ରଗୁଡ଼ିକ ବିଷୟରେ ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏହି ସପ୍ତାହରୁ ସିନେମା ହଲ୍ ପୁଣି ଖୋଲିବାକୁ ଯାଉଛି। ଏହି ସପ୍ତାହରେ ପୁନଃ ରିଲିଜ୍ ପାଇଁ ୬ ଟି ହିନ୍ଦି ଫିଲ୍ମ ଘୋଷଣା କରାଯାଇଛି । ଫିଲ୍ମଗୁଡିକ ହେଉଛି ତାହ୍ନାଜୀ, ୱାର, ଶୁଭ ମଙ୍ଗଲ ଜ୍ୟାଦା ସାବଧାନ, ମାଲଙ୍ଗ, ଥପ୍ପଡ଼ ଓ କେଦାରନାଥ । ଆଗାମୀ ଦିନରେ ଆହୁରି ଅନେକ ଚଳଚ୍ଚିତ୍ର ନେଇ ଘୋଷଣା କରାଯିବ ।

ଏହି ସମସ୍ତ ଚଳଚ୍ଚିତ୍ର ମଧ୍ୟରୁ କେଦାରନାଥ ୨୦୧୮ ମସିହାରେ ମୁକ୍ତିଲାଭ କରିଥିଲା । କାରଣ ଆଜିକାଲି ସୁଶାନ୍ତ ସିଂ ରାଜପୁତଙ୍କ ମାମଲା ଚର୍ଚ୍ଚାରେ ରହିଛି । ଚଳିତ ବର୍ଷ ଜୁନ୍ ମାସ ୧୪ ତାରିଖରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ଆଜି ସୁଶାନ୍ତଙ୍କ ମୃତ୍ୟୁକୁ ୪ ମାସ ପୁରିଛି । ଏଭଳି ପରିସ୍ଥିତିରେ ଖାସ ପ୍ରଶଂସକଙ୍କ ପାଇଁ ସୁଶାନ୍ତଙ୍କ ଚଳଚ୍ଚିତ୍ର କେଦାରନାଥ ବଡ ପରଦାରେ ପୁନଃ ରିଲିଜ କରାଯାଉଛି । ଫିଲ୍ମ କେଦାରନାଥର ନିର୍ଦ୍ଦେଶକ ଅଭିଷେକ କପୁର ଥିଲେ। ସାରା ଏହି ଚଳଚ୍ଚିତ୍ରରେ ସୁଶାନ୍ତଙ୍କ ବିପକ୍ଷରେ ଅଭିନୟ କରିଥିଲେ ।  ଏହି ରୋମାଣ୍ଟିକ୍ କାହାଣୀକୁ ଦର୍ଶକମାନେ ମଧ୍ୟ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମ ମାଧ୍ୟମରେ ସାରା ବଲିଉଡରେ ପାଦ ଦେଇଥିଲେ ।

ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ଅଜୟ ଦେବଗନଙ୍କ ଫିଲ୍ମ ତାହ୍ନାଜୀ ବମ୍ପର ହିଟ୍ ହୋଇଥିଲା ଓ ଖୁବ ଭଲ ଆୟ କରିଥିଲା । ଏହି ଚଳଚ୍ଚିତ୍ର ଜାନୁଆରୀ ମାସରେ ରିଲିଜ ହୋଇଥିଲା । ଚଳିତ ବର୍ଷ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ରଗୁଡ଼ିକରେ ତାହ୍ନାଜୀ ଶୀର୍ଷରେ ରହିଛି। ମାର୍ଚ୍ଚମାସରୁ ସିନେମା ହଲ୍ ବନ୍ଦ ରହିଥିଲା । ସେଥିପାଇଁ କୌଣସି ବଡ଼ ଫିଲ୍ମ ରିଲିଜ୍ ହୋଇନାହିଁ । ଅନେକ ଚଳଚ୍ଚିତ୍ର OTT ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ସିନେମା ହଲ୍ ଖୋଲିବା ପରେ ଅନେକ ବଡ ଚଳଚ୍ଚିତ୍ର ପାଇପଲାଇନରେ ରହିଛି । ସେଥିମଧ୍ୟରୁ ୮୩ ଏବଂ ସୂର୍ୟବଂଶୀ ରିଲିଜ ଲିଷ୍ଟରେ ରହିଛି । ସୂଚନାଯୋଗ୍ୟ ଯେ, ଦୀପାବଳି ଅବସରରେ ସୂର୍ୟବଂଶୀ ଏବଂ ଖ୍ରୀଷ୍ଟମାସ୍ ରେ ଫିଲ୍ମ ୮୩ ରିଲିଜ୍ ହେବ ।

Leave a Reply