ଦୀର୍ଘ ଦିନର ଅପେକ୍ଷା ପରେ ଖୋଲିବ ଫିଲ୍ମ ହଲ୍, ପୁଣିଥରେ ରିଲିଜ୍ ହେବ ଏହି ୬ଟି ହିଟ୍ ଫିଲ୍ମ
1 min readମୁମ୍ବାଇ: କରୋନା ସଙ୍କଟରେ ଦୀର୍ଘ ଦିନର ଅପେକ୍ଷା ପରେ ଦର୍ଶକମାନେ ଏବେ ଥିଏଟରରେ ଫିଲ୍ମ ଦେଖିପାରିବେ । ଅକ୍ଟୋବର ମାସ ୧୫ ତାରିଖ ତଥା କାଲିଠୁ ସିନେମା ହଲ୍ ଖୋଲିବ । ଦର୍ଶକମାନେ ଫିଲ୍ମ ଦେଖିବାର ମଜା ଉଠାଇପାରିବେ । କରୋନା ଯୋଗୁଁ ଅନେକ ମାସ ଧରି ସିନେମା ହଲ୍ ବନ୍ଦ ଥିଲା । ଫିଲ୍ମ ପ୍ରେମୀଙ୍କ ସହ ଫିଲ୍ମ ନିର୍ମାତାମାନେ ମଧ୍ୟ ସିନେମା ହଲ୍ ଖୋଲିବା ନେଇ ବହୁତ ଉତ୍ସାହିତ ଅଛନ୍ତି । ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଅନେକ ଫିଲ୍ମ ପୁନଃ- ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ।
The list of #Hindi films re-releasing in cinemas keeps growing… In addition to the five titles mentioned earlier [#Tanhaji, #ShubhMangalZyadaSaavdhan, #Malang, #Kedarnath, #Thappad], there’s a prominent addition to the list: #War… More films will be scheduled in coming days. pic.twitter.com/oEVrzGRqwT
— taran adarsh (@taran_adarsh) October 14, 2020
ବାଣିଜ୍ୟ ସମୀକ୍ଷକ ତରନ୍ ଆଦର୍ଶ ଟ୍ୱିଟ୍ କରି ସେହି ଚଳଚ୍ଚିତ୍ରଗୁଡ଼ିକ ବିଷୟରେ ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏହି ସପ୍ତାହରୁ ସିନେମା ହଲ୍ ପୁଣି ଖୋଲିବାକୁ ଯାଉଛି। ଏହି ସପ୍ତାହରେ ପୁନଃ ରିଲିଜ୍ ପାଇଁ ୬ ଟି ହିନ୍ଦି ଫିଲ୍ମ ଘୋଷଣା କରାଯାଇଛି । ଫିଲ୍ମଗୁଡିକ ହେଉଛି ତାହ୍ନାଜୀ, ୱାର, ଶୁଭ ମଙ୍ଗଲ ଜ୍ୟାଦା ସାବଧାନ, ମାଲଙ୍ଗ, ଥପ୍ପଡ଼ ଓ କେଦାରନାଥ । ଆଗାମୀ ଦିନରେ ଆହୁରି ଅନେକ ଚଳଚ୍ଚିତ୍ର ନେଇ ଘୋଷଣା କରାଯିବ ।
As cinemas ready to reopen their doors from this week onwards, the list of #Hindi films scheduled for re-release this week is OFFICIALLY announced…
⭐️ #Tanhaji
⭐️ #ShubhMangalZyadaSaavdhan
⭐️ #Malang
⭐️ #Kedarnath
⭐️ #Thappad
More films will be scheduled in coming days. pic.twitter.com/4Dm7xCjIlG— taran adarsh (@taran_adarsh) October 14, 2020
ଏହି ସମସ୍ତ ଚଳଚ୍ଚିତ୍ର ମଧ୍ୟରୁ କେଦାରନାଥ ୨୦୧୮ ମସିହାରେ ମୁକ୍ତିଲାଭ କରିଥିଲା । କାରଣ ଆଜିକାଲି ସୁଶାନ୍ତ ସିଂ ରାଜପୁତଙ୍କ ମାମଲା ଚର୍ଚ୍ଚାରେ ରହିଛି । ଚଳିତ ବର୍ଷ ଜୁନ୍ ମାସ ୧୪ ତାରିଖରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ଆଜି ସୁଶାନ୍ତଙ୍କ ମୃତ୍ୟୁକୁ ୪ ମାସ ପୁରିଛି । ଏଭଳି ପରିସ୍ଥିତିରେ ଖାସ ପ୍ରଶଂସକଙ୍କ ପାଇଁ ସୁଶାନ୍ତଙ୍କ ଚଳଚ୍ଚିତ୍ର କେଦାରନାଥ ବଡ ପରଦାରେ ପୁନଃ ରିଲିଜ କରାଯାଉଛି । ଫିଲ୍ମ କେଦାରନାଥର ନିର୍ଦ୍ଦେଶକ ଅଭିଷେକ କପୁର ଥିଲେ। ସାରା ଏହି ଚଳଚ୍ଚିତ୍ରରେ ସୁଶାନ୍ତଙ୍କ ବିପକ୍ଷରେ ଅଭିନୟ କରିଥିଲେ । ଏହି ରୋମାଣ୍ଟିକ୍ କାହାଣୀକୁ ଦର୍ଶକମାନେ ମଧ୍ୟ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମ ମାଧ୍ୟମରେ ସାରା ବଲିଉଡରେ ପାଦ ଦେଇଥିଲେ ।
ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ଅଜୟ ଦେବଗନଙ୍କ ଫିଲ୍ମ ତାହ୍ନାଜୀ ବମ୍ପର ହିଟ୍ ହୋଇଥିଲା ଓ ଖୁବ ଭଲ ଆୟ କରିଥିଲା । ଏହି ଚଳଚ୍ଚିତ୍ର ଜାନୁଆରୀ ମାସରେ ରିଲିଜ ହୋଇଥିଲା । ଚଳିତ ବର୍ଷ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ରଗୁଡ଼ିକରେ ତାହ୍ନାଜୀ ଶୀର୍ଷରେ ରହିଛି। ମାର୍ଚ୍ଚମାସରୁ ସିନେମା ହଲ୍ ବନ୍ଦ ରହିଥିଲା । ସେଥିପାଇଁ କୌଣସି ବଡ଼ ଫିଲ୍ମ ରିଲିଜ୍ ହୋଇନାହିଁ । ଅନେକ ଚଳଚ୍ଚିତ୍ର OTT ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ସିନେମା ହଲ୍ ଖୋଲିବା ପରେ ଅନେକ ବଡ ଚଳଚ୍ଚିତ୍ର ପାଇପଲାଇନରେ ରହିଛି । ସେଥିମଧ୍ୟରୁ ୮୩ ଏବଂ ସୂର୍ୟବଂଶୀ ରିଲିଜ ଲିଷ୍ଟରେ ରହିଛି । ସୂଚନାଯୋଗ୍ୟ ଯେ, ଦୀପାବଳି ଅବସରରେ ସୂର୍ୟବଂଶୀ ଏବଂ ଖ୍ରୀଷ୍ଟମାସ୍ ରେ ଫିଲ୍ମ ୮୩ ରିଲିଜ୍ ହେବ ।