କୋଲକାତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିବାଲରୁ ବାଦ ପଡ଼ିଲା ଓଡ଼ିଆ ଚଳଚିତ୍ର ପାଟଣାଗଡ

1 min read

କୋଲକାତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିବାଲରୁ ବାଦ ପଡ଼ିଲା ଓଡ଼ିଆ ଚଳଚିତ୍ର ପାଟଣାଗଡ । କ୍ଷତିଗ୍ରସ୍ତଙ୍କ ଆଡୁ ଆୟୋଜକଙ୍କ ପାଖକୁ ଲିଗାଲ ନୋଟିସ ପହଞ୍ଚିଲା ପରେ ସ୍କ୍ରିନିଂ ପୂର୍ବରୁ ହିଁ ଫିଲ୍ମଟି ବାଦ ପଡିଛି । ଏହାର ସୂଚନା ଦେଇଛନ୍ତି ଫିଲ୍ମର ପ୍ରଯୋଜକ ଶ୍ରୀଧର ମାର୍ଥା ଏବଂ ଅଭିନେତା ମନୋଜ ମିଶ୍ର ।

ପ୍ରଯୋଜକଙ୍କ କହିବା ଅନୁସାରେ ଫିଲ୍ମଟି ସେତିକି ଭଲ ହୋଇଥିଲା ବୋଲି କୋଲକାତା ଇଣ୍ଚରନାସନାଲ ଫିଲ୍ମ ଫେଷ୍ଟିବାଲ ପାଇଁ ମନୋନିତ ହୋଇଥିଲା । ତେବେ ରାତାରାତି କାହିଁକି ଫିଲ୍ମଟିକୁ ପ୍ରତ୍ୟାଖାନା କରାଗଲା ତାକୁ ନେଇ ଉଠିଛି ପ୍ରଶ୍ନ । ବାଦ ପଡ଼ିବା ପଛରେ କଣ ରହିଛି ଷଡ଼ଯନ୍ତ୍ର, ଫିଲ୍ମ ଇଣ୍ଡଷ୍ଟ୍ରି ଭିତରେ କେହି ଜଣେ ଏହା ଜାଣିଶୁଣି କରୁଛି କି, ଏମିତି ଅନେକ ପ୍ରଶ୍ମ ଉଠାଇଛନ୍ତ ଫିଲ୍ମର ପ୍ରଯୋଜକ ଏବଂ ଅଭିନେତା ମନୋଜ ମିଶ୍ର ।

ଅନ୍ୟ ପକ୍ଷରେ ଫିଲ୍ମଟି ରିଲିଜ ହେଲେ ପିଡ଼ିତ ପରିବାରର ସମ୍ମାନ ହାନି ହେବ ବୋଲି କହିଛନ୍ତି ପରିବାର ଲୋକ । ପାଟଣାଗଡ଼ କେସ୍ ଟି ଏବେ ବିଚାରଧିନ ଅବସ୍ଥାରେ ଥିବାବେଳେ ଏହାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଏବେ ଜେଲରେ ଅଛନ୍ତି । ')}

Leave a Reply