‘ଉରି’ର ରେକର୍ଡ଼ ଭାଙ୍ଗିଲା ୨୦୨୨ର ସବୁଠାରୁ ବଡ଼ ଫିଲ୍ମ କାନ୍ତାରା, ବାହୁବଳୀ ଟୁ’ ମଧ୍ୟ..

1 min read

ନୂଆଦିଲ୍ଲୀ: କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ୨୦୨୨ ଥିଲା ବେଶ୍‌ ସାନଦାର । ଏପ୍ରିଲରେ ରିଲିଜ ହୋଇଥିବା ରକିଂ ଷ୍ଟାର ୟଶଙ୍କ ଫିଲ୍ମ KGF 2 ଇଣ୍ଡିଆନ୍‌ ବକ୍ସ ଅଫିସରେ ରେକର୍ଡ଼ କରିଥିଲା । ଅନ୍ୟପଟେ, ରିଷଭ ସେଟ୍ଟୀଙ୍କ ‘କାନ୍ତାରା’ ଏଭଳି କଲେକ୍ସନ୍‌ କରୁଛିଯେ, ବକ୍ସ ଅଫିସ୍‌ ଏକ୍ସପର୍ଟ ଏହାକୁ ବିଶ୍ୱାସ କରିପାରୁ ନାହାଁନ୍ତି ।

୩୦ ସେପ୍ଟେମ୍ବରରେ ରିଲିଜ୍‌ ହୋଇଥିବା ଫିଲ୍ମ ‘କାନ୍ତାରା’ ଥିଏଟରରେ ୪୦ ଦିନ ପୂରଣ କରିବାକୁ ଯାଉଛି । କିନ୍ତୁ ଫିଲ୍ମର ଓପନିଙ୍ଗ୍‌ କଲେକ୍ସନ୍‌ ଠାରୁ ଅଧିକ ଇନକମ୍‌ କରୁଛି ଫିଲ୍ମ । ଫିଲ୍ମ ହିନ୍ଦୀରେ ଅକ୍ଟୋବର ୧୪ରେ ରିଲିଜ୍ ହୋଇଥିଲା ଏବଂ ଚତୁର୍ଥ ସପ୍ତାହରେ ଜାରି ରହିଥିବା କାନ୍ତାରା ଓ୍କିକେଣ୍ଡ କଲେକ୍ସନରେ ବକ୍ସ ଅଫିସରେ ଧମାକା କରିଛି ।

ସୂଚନା ଅନୁସାରେ ‘ଉରି’ ବକ୍ସ ଅଫିସରେ ଷଷ୍ଠ ଦିନରେ କରିଥିବା କଲେକ୍ସନ ରେକର୍ଡ଼ ଭାଙ୍ଗିଛି ‘କାନ୍ତାରା’ ।  ଉରି ଷଷ୍ଠ ଦିନରେ ୧୧ କୋଟି ୬୦ ଲକ୍ଷ କଲେକ୍ସନ କରିଥିଲା, କିନ୍ତୁ କାନ୍ତାରା ଷଷ୍ଠ ଦିନରେ ୨୬ କୋଟି କଲେକ୍ସନ୍‌ କରିଛି ।          

କାନ୍ତାରା ଏବେ ଥିଏଟରେରେ ଚତୁର୍ଥ ସପ୍ତାହରେ କଲେକ୍ସନ୍‌ ଜାରି ରଖିଛି । କିନ୍ତୁ ହିନ୍ଦୀରେ ଚତୁର୍ଥ ସପ୍ତାହରେ ରେକର୍ଡ଼ କରିବାକୁ ୪ କୋଟି ୧୯ ଲକ୍ଷ କଲେକ୍ସନ କରିବାକୁ ହେବ ।