ପୁରୁଣା ସିନେମାର ରହିଛି ସ୍ବତନ୍ତ୍ର ଆକର୍ଷଣ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ଜୟଦେବ ଭବନରେ ଆରମ୍ଭ ହୋଇଛି ୩ ଦିନିଆ ଫିଲ୍ମ ଫେଷ୍ଟିଭାଲ । ଭୁବନେଶ୍ୱର ଫିଲ୍ମ ସର୍କଲ ପକ୍ଷରୁ ଆୟୋଜିତ ଏହି ଫେଷ୍ଟିଭାଲରେ ସମୁଦାୟ ୧୫ ଟି ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ପ୍ରଥମ ସନ୍ଧ୍ୟାରେ ପ୍ରଦର୍ଶିତ ହୋଇଛି ଫିଲ୍ମ ମାୟା ମିରିଗ, ଛ ମାଣ ଆଠଗୁଣ୍ଠ, ଭିଜା ମାଟିର ସ୍ବର୍ଗ, ରୀମେମ୍ବର ପ୍ରମୋଦ ପତି ଓ ହେଲୋ ଆର୍ସି । ୮୮ ବର୍ଷରେ ସିନେମା ଶିଳ୍ପ ପାଦ ଥାପିଥିଲେ ମଧ୍ୟ ଏବେବି ପୁରୁଣା ଚଳଚ୍ଚିତ୍ର ପ୍ରତି ଦର୍ଶକଙ୍କ ଆକର୍ଷଣ ରହିଛି ବୋଲି କହିଛନ୍ତି ସିନେପ୍ରେମୀ ।

୮୮ ବର୍ଷରେ ପାଦ ଦେଇଛି ଚଳଚ୍ଚିତ୍ର ଜଗତ । ଏହାରି ଭିତରେ ଆସିଛି ଅନେକ ପରିବର୍ତ୍ତନ । ତଥାପି ପୁରୁଣା ସିନେମାର ରହିଛି ସ୍ବତନ୍ତ୍ର ଆକର୍ଷଣ । ଏହାକୁ ନଜରରେ ରଖି ଭୁବନେଶ୍ବର ଜୟଦେବ ଭବନରେ ଆରମ୍ଭ ହୋଇଛି ଫିଲ୍ମ ଫେଷ୍ଟିଭାଲ । ଭୁବନେଶ୍ୱର ଫିଲ୍ମ ସର୍କଲ ପକ୍ଷରୁ ଆୟୋଜିତ ଏହି ଫେଷ୍ଟିଭାଲରେ ସମୁଦାୟ ୧୫ ଟି ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ପ୍ରଥମ ସନ୍ଧ୍ୟାରେ ପ୍ରଦର୍ଶିତ ହୋଇଛି ଫିଲ୍ମ ମାୟା ମିରିଗ, ଛ ମାଣ ଆଠଗୁଣ୍ଠ, ଭିଜା ମାଟିର ସ୍ବର୍ଗ, ରିମେମ୍ବର ପ୍ରମୋଦ ପତି ଓ ହେଲୋ ଆର୍ସି । ଚଳଚ୍ଚିତ୍ର ହେଉଛି ଆମ ସଂସ୍କୃତି ଏବଂ ସମୟର ପ୍ରତିଫଳନ । ପରମ୍ପରାର ପ୍ରସାର ପାଇଁ ଏହାର ଭୂମିକା ଅତୁଳନୀୟ । ଚଳଚ୍ଚିତ୍ର ନିର୍ମାଣବେଳେ ବ୍ୟବସାୟ ସହିତ ପାରମ୍ପରୀକ ରୀତିନୀତିକୁ ଧ୍ଯାନ ଦେବାକୁ ପଡ଼ିଥାଏ ବୋଲି କହିଛନ୍ତି ସିନେ ନିର୍ମାତା ।

ଫେଷ୍ଟିଭାଲରେ ମୁଖ୍ୟ ଅତିଥିଭାବେ ବଲିଉଡ ନିର୍ଦେଶକ କେତନ ମେହଟ୍ଟା, ବରିଷ୍ଠ ଅଭିନେତା ପ୍ରଶାନ୍ତ ନନ୍ଦ, ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ, ବଲିଉଡ ଅଭିନେତ୍ରୀ ତଥା ନିର୍ମାତା ଦୀପା ସାହୁ, ପ୍ରସିଦ୍ଧ ନିର୍ଦ୍ଦେଶକ ଅପୁର୍ବ କିଶୋର ବୀର ଯୋଗଦେଇ ସିନେମା ଶିଳ୍ପର ଅଗ୍ରଗତି ସମ୍ପର୍କରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ବରିଷ୍ଠ ସିନେ ସାମ୍ବାଦିକ ତଥା ଉତ୍ସବର ଅନ୍ୟତମ ଆୟୋଜକ ଅଶୋକ ପାଲିତ । ଭୁବନେଶ୍ବର ଫିଲ୍ମ ସର୍କଲ ବ୍ୟାନରରେ ଆୟୋଜିତ ଏହି ଉତ୍ସବ ୩ ଦିନ ଧରି ଚାଲିବ।

୧୯୩୬ରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଆସିଥିଲା । ଏହାରି ଭିତରେ ଅନେକ ପରିବର୍ତ୍ତନ ଧାରା ଦେଇ ଗତି କରିଛି ସିନେ ଜଗତ। ଏଭଳି ଫେଷ୍ଟିଭାଲ ନୂତନ ପିଢ଼ିର କଳାକାରଙ୍କୁ ପ୍ରେରଣା ଦେବା ସହ ହଜି ଯାଉଥିବା ଚଳଚ୍ଚିତ୍ରର ପୂନଃଉଦ୍ଧାର ହୋଇପାରିବ ବୋଲି ସଭିଏଁ ମତ ଦେଇଛନ୍ତି ।