ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ‘Y’ କାଟେଗୋରୀ ସୁରକ୍ଷା

1 min read

ମୁମ୍ବାଇ: ‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ‘Y’ କାଟେଗୋରୀ ସୁରକ୍ଷା ଦିଆଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋର ଥ୍ରେଟ୍ ପରସେପ୍ସନ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିବେକଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି। ସାରା ଭାରତରେ ତାଙ୍କୁ ଏହି ସୁରକ୍ଷା ଯୋଗାଇବ ସିଆରପିଏଫ୍ ।

CM Bhupesh Baghel To Watch The Kashmir Files Film With Congress BJP MLAS

‘Y’ କାଟେଗୋରୀ ସୁରକ୍ଷାରେ ମୋଟ୍ ୮ ଜଣ ସୁରକ୍ଷାକର୍ମୀ ମୁତୟନ ହୋଇଥାନ୍ତି । ଖାଲି ଏତିକି ନୁହେଁ ଏହି ସୁରକ୍ଷା ଯେଉଁ ଭିଆଇପିଙ୍କୁ ଦିଆଯାଏ ତାଙ୍କ ଘରେ ମଧ୍ୟ ୫ ଆର୍ମଡ୍ ଷ୍ଟେଟିକ୍ ଗାର୍ଡ ନିୟୋଜିତ ହୋଇଥାନ୍ତି ।

କାଶ୍ମୀର ପଣ୍ଡିତଙ୍କ ବିସ୍ଥାପନ ପ୍ରସଙ୍ଗକୁ ନେଇ ନିର୍ମିତ ବଲିଉଡ୍ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଧମାଲ୍ କରୁଛି । ଏହି ଚଳଚ୍ଚିତ୍ରଟି ୬ ଦିନରେ ପ୍ରାୟ ୮୦ କୋଟି ଟଙ୍କା ରୋଜଗାର କରିପାରିଛି । ଏହି ଚଳଚ୍ଚିତ୍ରକୁ ଅନେକ ରାଜ୍ୟରେ ଟିକସମୁକ୍ତ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଫିଲ୍ମର ଖୁବ୍ ପ୍ରଶଂସା କରିଛନ୍ତି। ଖାଲି ଏତିକି ନୁହେଁ ଏହି ଚଳଚ୍ଚିତ୍ରକୁ ନେଇ  ପୂରା ବଲିଉଡ୍ ଦୁଇ ଭାଗ ହେଉଥିବା ନଜର ଆସୁଛି ।

ଅଧିକ ପଢନ୍ତୁ- ଟ୍ରୋଲ୍ ହେଲେ ସ୍ୱରା, ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ କରିଥିଲେ ଟ୍ୱିଟ୍