ବଲିଉଡକୁ ବାଏ-ବାଏ କଲେ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ
1 min read
ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଖବର । ବଲିଉଡକୁ ବାଏ ବାଏ କରିଛନ୍ତି ଜଣେ ଚର୍ଚ୍ଚିତ ଫିଲ୍ମ ନିର୍ଦ୍ଦେଶକ । ’ଗ୍ୟାଙ୍ଗସ ଅଫ ବାସେପୁର’, ’ବ୍ଲାକ ଫ୍ରାଇଡେ’ ଓ ’ଦେବ-ଡି’ ପରି ଶାନଦାର ଫିଲ୍ମ ଦେଇଥିବା ନିର୍ଦ୍ଦେଶକ ଅନୁରାଗ କଶ୍ୟପ ବଲିଉଡକୁ ବାଏ ବାଏ କରିଦେଇଛନ୍ତି । ହିନ୍ଦି ଫିଲ୍ମର ଦର୍ଶକ ଏବେ ଅନୁରାଗଙ୍କୁ ବହୁମାତ୍ରାରେ ମିସ୍ କରିବେ । ଅନୁରାଗ ନିଜର ଫିଲ୍ମରେ କ୍ରାଇମ ଓ ଲଷ୍ଟ ଲଭ ଷ୍ଟୋରିଜର କକଟେଲ ପରିଷିବା ପାଇଁ ବିଖ୍ୟାତ । ଏହା ମଧ୍ୟରେ ଅନୁରାଗ ଏକ ନୂଆ ବର୍ଗର ଦର୍ଶକ ସନ୍ଧାନ କରିଛନ୍ତି । ଏବେ ହିନ୍ଦି ଦର୍ଶକଙ୍କୁ ସେପରି ସିନେମା ଆଉ ଦେଖିବାକୁ ମିଳିବ ନାହିଁ ।
ବଲିଉଡକୁ ଅଲବିଦା କହିବା ପୂର୍ବରୁ ସେ ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଟକ୍ସିକ ବୋଲି କହି ସାରିଛନ୍ତି । ଆଜିର ସମୟରେ ବଲିଉଡରେ କ୍ରିଏଟିଭିଟିକୁ ଗୁରୁତ୍ବ ଦିଆଯାଉନାହଁ ବୋଲି ସେ କହିଛନ୍ତି । ସମସ୍ତେ ଅର୍ଥ ପଛରେ ପାଗଳ ହୋଇଯାଇଛନ୍ତି । କେହି ସିନେମା ନିର୍ମାଣ କରିବାକୁ ଚାହୁଁ ନାହାନ୍ତି ବୋଲି ଅନୁରାଗ କହିଛନ୍ତି । ସୂଚନାଯୋଗ୍ୟ ଯେ, ତେବେ ଆଜିର ସମୟରେ ବଲିଉଡରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିଛି । ସମସ୍ତେ ଅର୍ଥ ରୋଜଗାର ଆଶାରେ ଫିଲ୍ମ ତିଆରି କରୁଛନ୍ତି । ଏହା ପରେ ବି ଅନୁରାଗଙ୍କ ଧୈର୍ଯ୍ୟ ତାଙ୍କ ପାଇଁ ଜବାବ ଦେଇଛି । ଦର୍ଶକଙ୍କ ହୃଦୟରେ ସେ ନିଜର ଏକ ସ୍ବତନ୍ତ୍ର ଛାଡ଼ି ଛାଡ଼ିପାରିଛନ୍ତି । ଏବେ ସେ ନିଜକୁ ସାଉଥ ସିନେମା ପ୍ରତି ସମର୍ପିତ କରିବେ । ଅନୁରାଗଙ୍କ ଫିଲ୍ମ ନୂଆ ପୀଢ଼ିର ଫିଲ୍ମମେକର୍ସଙ୍କ ପାଇଁ ଏହା ପାଠ, ଏଥିରେ ଦ୍ବିମତ ନାହିଁ ।