spot_img

Latest Posts

ଦେଶରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ; ଆଜି ନାମାଙ୍କନର ଶେଷ ଦିନ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ। ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ସଂସଦୀୟ କ୍ଷେତ୍ରରେ ଗତ ୨୦ ତାରିଖରୁ ନୋମିନେସେନ ଆରମ୍ଭ ହୋଇଥିବାବେଳେ ଆଜି ପ୍ରାର୍ଥୀଙ୍କ ପାଇଁ ଶେଷ ସୁଯୋଗ ରହିଛି। କାଲି ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ପରେ ୩୦ ତାରିଖ ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସୁଯୋଗ ରହିଛି।

୧୯ ଏପ୍ରିଲରେ ଭୋଟ ହୋଇ ୪ଜୁନରେ ଫଳାଫଳ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନରେ ନିର୍ବାଚନ ହେବ। ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ନିକୋବର, ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ଼, ଦିଲ୍ଲୀ, ଗୋଆ, ଗୁଜରାଟ, ହିମାଚଳ, ହରିଆଣା, କେରଳ, ଲାକ୍ଷାଦ୍ବୀପ, ଲଦାଖ, ମିଜୋରାମ, ମେଘାଳୟ, ନାଗାଲାଣ୍ଡ, ପୁଡୁଚେରୀ, ସିକିମ, ତାମିଲନାଡୁ, ପଞ୍ଜାବ, ତେଲଙ୍ଗାନା ଓ ଉତ୍ତରାଖଣ୍ଡରେ ମତଦାନ ଅନୁଷ୍ଠିତ ହେବ।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ବିଧିବଦ୍ଧ ବିଜ୍ଞପ୍ତି ସହ ନାମାଙ୍କନ ଆରମ୍ଭ ହେବ। ଏପ୍ରିଲ ୨୬ରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ମେ ୭ରେ ତୃତୀୟ, ମେ ୧୩ରେ ଚତୁର୍ଥ, ମେ ୨୦ରେ ପଞ୍ଚମ, ମେ ୨୫ରେ ଷଷ୍ଠ ଓ ଜୁନ ୧ରେ ହେବ ସପ୍ତମ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ଶେଷ ୪ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ।

Latest Posts

Don't Miss