ତାଜମହଲରେ ବନ୍ଦ ଥିବା ୨୦ କୋଠରୀରେ କଣ ରହିଛି ? ଯାହାକୁ ଖୋଲିବାକୁ…

1 min read

 ନୂଆଦିଲ୍ଲୀ: ବିଶ୍ବପ୍ରସିଦ୍ଧ ତାଜମହଲକୁ ନେଇ ବିବାଦ । ବନ୍ଦ ଥିବା ୨୦ କୋଠରୀକୁ ଖୋଲିବା ଲାଗି ଆହ୍ଲାବାଦ ହାଇକୋର୍ଟ ନିକଟରେ ଆଗତ ହୋଇଛି ପିଟିସନ । ଦୀର୍ଘ ଦିନ ଧରି ବନ୍ଦ ଥିବା କୋଠରୀଗୁଡ଼ିକୁ ଖୋଲିବା ପାଇଁ ପ୍ରତ୍ନତତ୍ତ୍ବ ବିଭାଗକୁ ନିର୍ଦ୍ଦେଶ ଦେବା ଲାଗି ହାଇକୋର୍ଟଙ୍କ ଲକ୍ଷ୍ମୌବେଞ୍ଚ ନିକଟରେ ଆବେଦନ ହୋଇଛି । ଡକ୍ଟର ରଜନୀଶ ନାମକ ଜଣେ ବ୍ୟକ୍ତିଙ୍କ ଦ୍ବାରା ଏହି ପିଟିସନ ଆବେଦନ ହୋଇଛି । ଏହି କୋଠରୀଗୁଡ଼ିକରେ କ’ଣ ରହିଛି ତାହା ଜାଣିବା ଲାଗି ସୂଚନା ପାଇବା ପାଇଁ ଆବେଦନ କରାଯାଇଛି ।

ଏହି କୋଠରୀଗୁଡିକରେ ବିଭିନ୍ନ ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି ରହିଛି ଏବଂ ଏହି କୋଠରୀଗୁଡ଼ିକ ଖୋଲିବା ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ସେ ଦର୍ଶାଇଛନ୍ତି । ଗତ ୨୦୧୫ରେ ୬ ଜଣ ଆଇନଜୀବୀ ଏକ ମାମଲା ଦାୟର କରିଥିଲେ । ସେମାନେ ଦର୍ଶାଇଥିଲେ ପୂର୍ବରୁ ତାଜମହଲ ଥିଲା ଏକ ଶିବମନ୍ଦିର । ତାଜମହଲକୁ ନେଇ କରାଯାଇଥିବା ବିଭିନ୍ନ ଉଦ୍ଦେଶ୍ୟମୂଳକ ଦାବିକୁ ଐତିହାସିକ ଓ ଏଏସଆଇ ଅଗ୍ରାହ୍ୟ କରିବାର ପରେ ଚର୍ଚ୍ଚା ଥମିଥିଲା ।

ଗତ ୨୦୧୮ ଫେବ୍ରୁଆରୀରେ ଆଗ୍ରା କୋର୍ଟରେ ଏଏସଆଇ ଏକ ସତ୍ୟପାଠ ଦାଖଲ କରିଥିଲା । ଏଥିରେ ଦର୍ଶାଯାଇଥିଲା- ମୋଗଲ ସମ୍ରାଟ ଶାହଜାହନ ହିଁ ପ୍ରଥମରୁ ତାଙ୍କ ପତ୍ନୀ ମମତାଜ ମହଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ଏକ ଗମ୍ବୁଜ ଭାବେ ନିର୍ମାଣ କରିଥିଲେ ।