ପୁରୁଷ FIH ପ୍ରୋ ଲିଗ୍, ଆଜି ଭାରତକୁ ଭେଟିବ ସ୍ପେନ୍

1 min read

ରାଉରକେଲା: ରାଉରକେଲା ସହରର ଵିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ସୋମବାରଠାରୁ ଆରମ୍ଭ ହୋଇଛି ପୁରୁଷ FIH ପ୍ରୋ ଲିଗ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଆୟରଲ୍ୟାଣ୍ଡ ଓ ନେଦରଲାଣ୍ଡସ । ଦ୍ଵିତୀୟ ମ୍ୟାଚ ଭାରତ ଓ ସ୍ପେନ ମଧ୍ୟରେ ହେବ ଟକ୍କର । ଖେଳ ଦେଖିବାକୁ ଦର୍ଶକଙ୍କ ମଧ୍ଯରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଵିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଫେବୃଆରି ୧୯ ତାରିଖ ଠାରୁ ଫେବୃଆରି ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଵ ମ୍ଯାଚ । ଏଥିରେ ଭାରତ, ଆୟରଲ୍ୟାଣ୍ଡ, ସ୍ପେନ, ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ଟିମ ଅଂଶ ଗ୍ରହଣ କରିଛନ୍ତି । ୨୧ ତାରିଖ ପ୍ରଥମ ମ୍ୟାଚ ସ୍ପେନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେଵାକୁ ଥିବା ଵେଳେ ଦ୍ଵିତୀୟ ମ୍ୟାଚ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଖେଳାଯିଵ । ୨୨ରେ ପ୍ରଥମ ମ୍ୟାଚ ଆୟରଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ଏବଂ ଦ୍ଵିତୀୟ ମ୍ୟାଚ ନେଦରଲାଣ୍ଡ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ହେଵ । ୨୪ ସ୍ପେନ-ଆୟରଲ୍ୟାଣ୍ଡ ଓ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ଟକ୍କର । ସେହିପରି ୨୫ ତାରିଖ ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଵାକୁ ଥିବାବେଳେ ଦ୍ଵିତୀୟ ମ୍ୟାଚ ଭାରତ ଓ ଆୟରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଵ । ଓ୍ବୈଷ୍ଟ ଷ୍ଟାଣ୍ଡ ପାଇଁ 500 ଟଙ୍କା, ଇଷ୍ଟ ଷ୍ଟାଣ୍ଡ ପାଇଁ ୨୦୦, ନର୍ଥ ଷ୍ଟାଣ୍ଡ ପାଇଁ ୧୦୦ ଓ ସାଉଥ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ଟିକେଟ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଏହା ପୂର୍ବରୁ ସରିଛି ମହିଳା FIH ହକି ପ୍ରୋ ଲିଗ। ଏଥିରେ ୟୁଏସଏ, ଚାଇନା, ଇଣ୍ଡିଆ, ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ଟିମ ଅଂଶ ଗ୍ରହଣ କରିଥିଲେ ।