ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ FIH ସଭାପତି ତୟାବ ଇକ୍ରାମ
1 min read
ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ FIH ସଭାପତି ତୟାବ ଇକ୍ରାମ । ଓଡ଼ିଶାରେ ହକି ବିଶ୍ବକପ୍ ଚାଲିଥିବା ବେଳେ ଏଫଆଇଏଚର ସଭାପତି ତୟାବ ଇକ୍ରାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ନବୀନ ନିବାସରେ ଏହି ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଓ ଏଫଆଇଏଚର ସଭାପତି ହକିକୁ ନେଇ ଉଭୟଙ୍କ ମଧ୍ୟରେ କିଛିସମୟ ଧରି ଆଲୋଚନା ଚାଲିଥିଲା ।ଏହି ସମୟରେ ଫାଇବ-ଟି ସଚିବ ଭି.କେ ପାଣ୍ଡିୟାନ୍ ଓ କ୍ରିଡା ସଚିବ ଭିନିଲ କ୍ରିଷ୍ଣା ଉପସ୍ଥିତ ରହିଥିଲେ ।