5T ସଚିବଙ୍କୁ ହକି ଇଣ୍ଡିଆ ସଭାପତି ପ୍ରଦାନ କଲେ ବିଶ୍ୱକପ ଟ୍ରଫିର ପ୍ରତିକୃତି

1 min read

ଭୁବନେଶ୍ୱର: କ୍ରୀଡାର ଏନ୍ତୁଡିଶାଳ ଓଡିଶାକୁ ମିଳିଛି ନୂଆ ରୂପ  । ବଣ ମଲ୍ଲିର ମହକକୁ ପ୍ରତିପାଦନ କରାଯାଇଛି  । ଯେଉଁଠି ଖେଳାଳୀ ଥିଲେ, କିନ୍ତୁ ଷ୍ଟାଡିୟମ୍ ନଥିଲା  । ଆଜି ଖେଳାଳୀ ଅଛନ୍ତି, ଭିତ୍ତିଭୂମି ବି ଅଛି  । ନବୀନଙ୍କ ଏହି ଭିଜନ ପଛର ମହାନାୟକ ହେଉଛନ୍ତି ଭି. କାର୍ତ୍ତିକେୟନ ପାଣ୍ଡିୟାନ  । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଲାଭ କରିଥିବା ପ୍ରଦର୍ଶନ ପଛରେ ମଧ୍ୟ ରହିଛି ଓଡିଶାର ପ୍ରତ୍ୟକ୍ଷ ଅବଦାନ ।  ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ ଭିଜନକୁ ବାସ୍ତବରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନ  । ଟ୍ୱିଟରରେ ଓଡିଶା ସ୍ପୋର୍ଟସ ପକ୍ଷରୁ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କୁ ପ୍ରଶଂସା କରାଯାଇଛି  ।

ଓଡିଶାରେ ଏଫଆଇଏଚ ପ୍ରୋ ଲିଗ ଚାଲିଥିହବାବେଳେ ସଭାପତି ନରିନ୍ଦର ଧ୍ରୁବ ବାର୍ତ୍ତା ଆସିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କୁ  ଜୁନିଅର ପୁରୁଷ ହକି ବିଶ୍ୱକପ ଟ୍ରଫିର ପ୍ରତିକୃତି ପ୍ରଦାନ କରିଛନ୍ତି ହକି ଇଣ୍ଡିଆ ସଭାପତି  । ଅପରାହ୍ନରେ କଳିଙ୍ଗ ଷ୍ଟାଡିୟମରେ ଏହି ଟ୍ରଫି ଦେଇଛନ୍ତି  । ଓଡିଶା ସର୍ବଦା ହକିକୁ ପ୍ରୋତ୍ସାହିତ କରି ଆସୁଛି  । ଓଡିଶା ଯେବେଠୁ ହକି ଇଣ୍ଡିଆର ପ୍ରାୟୋଜକ ହୋଇଛି, ସେବେଠୁ ହକି ଟିମ୍ ଭଲ ପ୍ରଦର୍ଶନ କରିବାରେ ଲାଗିଛି  ।

ସେପଟେ ଓଡିଶାରେ କିଭଳି ଖେଳ ଓ ଖେଳାଳୀଙ୍କର ଉନ୍ନତି ହୋଇପାରିବ ସେନେଇ ମଧ୍ୟ ହକି ଇଣ୍ଡିଆର ସଭାପତି ସମର୍ଥନ ଯୋଗାଇ ଆସିଛନ୍ତି  । ସର୍ବଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ଆସିଛନ୍ତି ହକି ଇଣ୍ଡିଆ ସଭାପତି  । ଏହି ଅବସରରେ ହକି ଇଣ୍ଡିଆ ସଭାପତି 5T ସିଚବଙ୍କୁ ଭେଟି ଦେଇଛନ୍ତି ହକି ବିଶ୍ୱକପ ଟ୍ରଫିର ଏକ ପ୍ରତିକୃତି  ।

Leave a Reply