ଭୁବନେଶ୍ୱର ଫେରିଲେ ନବ ନିର୍ବାଚିତ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ

ଭୁବନେଶ୍ୱର: ଆଗାମୀ ଦିନରେ ସାରା ଦେଶରେ ହକିର ବିକାଶ ମୋର ଲକ୍ଷ । ବିଶେଷକରି ତୃଣମୂଳ ସ୍ତରରେ କିପରି ହକିକୁ ପହଞ୍ଚାଯାଇ ପାରିବ ସେ ନେଇ କାମ କରିବେ ବୋଲି କହିଛନ୍ତି ହକି ଇଣ୍ଡିଆର ନବନିର୍ବାଚିତ ସଭାପତି ଦିଲୀପ ତିର୍କୀ । ହକି ଇଣ୍ଡିଆର ନୂଆ ବସ ଭାବେ ନିର୍ନ୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ପରେ ଆଜି ଭୁବନେଶ୍ବର ଫେରି ପ୍ରତିକ୍ରିୟା ରଖିଛନ୍ତି ଦିଲୀପ । ଆଗାମୀ ଅଲିମ୍ପିକ୍ସରେ ଭାରତ କିପରି ସ୍ବର୍ଣ୍ଣ ଜିତିବ ତାଉପରେ ଫୋକସ ରହିବ ।

ଏଫଆଇଏଚ୍ ସହ ଆଲୋଚନା କରି ହକି ଇଣ୍ଡିଆ ଲିଗ କିପରି ଭାବେ ପୁଣିଥରେ ଆରମ୍ଭ ହୋଇପାରିବ ସେନେଇ ଚେଷ୍ଟା କରିବେ ବୋଲି କହିଛନ୍ତି ନବନିର୍ବାଚିତ ସଭାପତି ଦିଲୀପ ତିର୍କୀ । ଗତକାଲି ନିର୍ଦ୍ୱନ୍ଦରେ ହକି ଇଣ୍ଡିଆ ସଫାପତି ଭାବେ ନିର୍ବାଚିତ ହେବା ପରେ ଆଜି ଭୁବନେଶ୍ବର ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ କ୍ରିଡ଼ା ବିଭାଗ ଅଧିକାରୀ ଉପସ୍ଥିତ ରହି ତାଙ୍କୁ ବିପୁଳ ସ୍ବାଗତ କରିଥିଲେ । ଗତକାଲି ରେସରେ ଥିବା ଦୁଇ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ହକି ଇଣ୍ଡିଆ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ଦିଲ୍ଲୀପ ତିର୍କୀ ।