କଳିଙ୍ଗରେ ଖେଳାଯିବ FIH ପ୍ରୋ ଲିଗ୍ ହକି; ଭାରତ ଖେଳିବ ୮ ମ୍ୟାଚ

1 min read

ଭୁବନେଶ୍ୱର: କଳିଙ୍ଗରେ ଖେଳାଯିବ ଆଉ ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ । ଆସନ୍ତା ବର୍ଷ ଫେବ୍ରୁଆରୀରେ ହକିପ୍ରେମୀ ଦେଖିବାକୁ ପାଇବେ ଆଉ ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ । ଫେବ୍ରୁଆରୀରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ FIH ପୁରୁଷ ପ୍ରୋ ଲିଗ୍ ହକି । ଏଫଆଇଏଚ ପୁରୁଷ ପ୍ରୋ ଲିଗ ହକିର ଘରୋଇ ପର୍ଯ୍ୟାୟ ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳିବ ଟିମ୍ ଇଣ୍ଡିଆ । ଏଫଆଇଏଚ ପୁରୁଷ ପ୍ରୋ ଲିଗ ହକି ୨୦୨୧-୨୨ ଚଳିତ ବର୍ଷ ଅକ୍ଟୋବରରୁ ଆରମ୍ଭ ହୋଇ ୨୦୨୨ ଜୁନରେ ଶେଷ ହେବ । କଳିଙ୍ଗ ଷ୍ଟାଡିୟମରେ ଭାରତ ସ୍ପେନ୍, ଜର୍ମାନି, ଆର୍ଜେଣ୍ଟିନା ଓ ଇଂଲଣ୍ଡ ବିପକ୍ଷରେ ଦୁଇଟି ଲେଖାଏଁ ମ୍ୟାଚ ଖେଳିବ ।

ଏଫଆଇଏଚ ପୁରୁଷ ପ୍ରୋ ଲିଗ ହକିରେ ଭାରତ ଘରୋଇ ପର୍ଯ୍ୟାୟ ମ୍ୟାଚ ୨୬ ଫେବ୍ରୁଆରୀରୁ କଳିଙ୍ଗରେ ଖେଳିବ । ଭାରତ ୨୬ ଓ ୨୭ ଫେବ୍ରୁଆରୀରେ ସ୍ପେନ ସହ ଖେଳିବ। ସେହିପରି ୧୨ ଓ ୧୩ ମାର୍ଚ୍ଚରେ ଜର୍ମାନିକୁ ଭେଟିବ ଭାରତ । ୧୯ ଓ ୨୦ ମାର୍ଚ୍ଚରେ ଆର୍ଜେଣ୍ଟିନାକୁ ଭେଟିବ ଇଣ୍ଡିଆ ଏବଂ ୨ ଓ ୩ ଏପ୍ରିଲରେ ଇଂଲଣ୍ଡକୁ ଭେଟିବ ବ୍ଲୁ ବ୍ରିଗେଡ । ତେବେ ଏହା ପ୍ରଥମ ଥର ନୁହେଁ ଗତବର୍ଷ ମଧ୍ୟ ଏଫଆଇଏଚ ପୁରୁଷ ପ୍ରୋ ଲିଗ ହକିର ୬ଟି ମ୍ୟାଚ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିଲା ।

 

Leave a Reply