କୋରିଆ ଠୁ 5-1ରେ ପରାଜିତ ଆମେରିକା, ସ୍ପେନକୁ 3-2 ରେ ହରେଇଲା ନେଦରଲାଣ୍ଡ
1 min readଭୁବନେଶ୍ୱର: ଜୁନିୟର ବିଶ୍ୱକପର ତୃତୀୟ ଦିନର ଦ୍ୱିତୀୟ ମ୍ୟାଚ ଶେଷ ହୋଇଛି । ଆମେରିକାକୁ 5-1 ରେ ହରାଇ ବିଜୟୀର ଟୀକା ପିନ୍ଧିଛି କୋରିଆ । କୋରିଆ ଦଳ ତରଫରୁ 4 ମିନିଟରେ ପ୍ରଥମ ଗୋଲ ଦେଇଥିଲେ ଲି ସେଓଙ୍ଗ ପରେ ପରେ 12 ମିନିଟରେ ଜେଓଙ୍ଗ ଜୁନ ସେଓଙ୍ଗଙ୍କ ପେନାଲଡ଼ିକ କର୍ଣ୍ଣରର ଦ୍ୱିତୀୟ ଗୋଲ କୋରିଆ ଖାତାକୁ ଯାଇଥିଲା । ସେହିଭଳି 27 ମିନିଟରେ ଚଥୁର୍ଥ ଓ 36 ମିନିଟରେ ପଞ୍ଚମ ପେନାଲଡ଼ିକ କର୍ଣ୍ଣାରକୁ ଗୋଲରେ ପରିଣତ କରିବରେ ସଫଳ ହୋଇଥିଲା କୋରିଆ । 39 ମିନିଟରେ କିମ ଟାଇହୋ ଷ୍ଟିକ ରୁ କୋରିଆ ଦଳକୁ ମିଳିଥିଲା ପଞ୍ଚମ ଗୋଲ । ଆମେରିକା ତରଫରୁ 37 ମିନିଟରେ କାଟିଜ଼ ୱ୍ୟାଟ୍ୱ ଗୋଟିଏ ହିଁ ଫିଲଡ ଗୋଲ ଦେଇ ଦଳ ପାଇଁ ଖାତା ଖୋଲି ଥିଲେ ।
ସେପଟେ ତୃତୀୟ ଦିନରେ ତୃତୀୟ ମ୍ୟାଚକୁ ହାତେଇଲା ନେଦରଲାଣ୍ଡ । ୩-୨ ଗୋଲରେ ପରାସ୍ତ କଲା ସ୍ପେନ କୁ। ପ୍ରଥମ ହାଫ୍ ରେ ନେଦରଲାଣ୍ଡ ୨-୦ ଗୋଲରେ ଲିଡ୍ କରୁଥିଲେ ସୁଦ୍ଧା ତୃତୀୟ କ୍ୱାଟର ରେ କମ୍ ବେକ କରିଥିଲା ସ୍ପେନ। ତୃତୀୟ କ୍ୱାଟରରେ ସ୍ପେନ ୨ ଟି ଗୋଲ୍ ସ୍କୋର କରି ନେଦରଲାଣ୍ଡ ସହିତ ବରାବର କରିଥିଲା। କିନ୍ତୁ ଶେଷ ୩ ମିନିଟରେ ନେଦରଲାଣ୍ଡ ପେନାଲଟି କର୍ଣର ଯୋଗେ ଆଉ ଏକ ଗୋଲ୍ ଦେଇ ମ୍ୟାଚରେ ଜୀତ୍ ହାସଲ କରିଛି।
ଅନ୍ୟପଟେ ସ୍ପେନକୁ 3-2 ରେ ହରେଇଛି ନେଦରଲାଣ୍ଡ । ପୂର୍ବରୁ ଦୁଇ ବିଜୟୀ ଦଳ ମଧ୍ୟରେ ଜୋରଦାର ହୋଇଥିଲା ଲଢେଇ । ନେଦରଲାଣ୍ଡ ଦଳ ତରଫରୁ ପ୍ରଥମ 9 ମିନିଟରେ ଗୋଲ ଦେଇଥିଲେ ସ୍କୁଟେନ ଶେଲଡନ । ଏହାପରେ 27 ମିନିଟରେ ଫିଲ ଗୋଲ ଦେଇଥିଲେ ଜନସେନ ଗୁସ । ଶେଷ 59 ମିନିଟରେ ବୁକକେନ୍ସ ମିଲେସଙ୍କ ଗୋଲ ନେଦରଲାଣ୍ଡକୁ ବିଜୟର ନିକଟତର କରାଇଥିଲା । ସ୍ପେନ ତରଫରୁ 38 ମିନିଟରେ ପ୍ରଥମ ଫିଲ ଗୋଲ ଦେଇଥିଲେ ଲାକାଲ୍ଲୀ ବୋର୍ଜା ଏବଂ ଦ୍ୱିତୀୟ ପେନାଲଡିକ କର୍ଣ୍ଣରକୁ 45 ମିନିଟରେ ଗୋଲରେ ପରିଣତ କରିଥିଲେ କୁନୀଲ୍ଲ ପାଉ । ପରବର୍ତୀ ମ୍ୟାଚରେ ଅଲଜଏଣ୍ଟିନାକୁ ଭେଟିବ ଜର୍ମାନୀ ।