ରାଉରକେଲା: ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ FIH ହକି ପ୍ରୋ ଲିଗ । ଏଥିରେ ଭାରତ, ଜର୍ମାନୀ, ଅଷ୍ଟ୍ରେଲିଆ ଟିମ୍ ଯୋଗ ଦେବେ। ମାର୍ଚ୍ଚ ୧୦ ତାରିଖ ଠାରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ୬ ଦିନ ଧରି FIH ହକି ପ୍ରୋ ଲିଗ ଅନୁଷ୍ଠିତ ହେଵ। ଏଥିପାଇଁ ଅନଲାଇନ ଟିକେଟ ବିକ୍ରି ଶେଷ ହୋଇଥିବା ବେଳେ ଅଫଲାଇନ ଟିକେଟ ବିକ୍ରି ଆଜି ଠାରୁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଦୁଇଟି କାଉଣ୍ଟରରେ ଆରମ୍ଭ ହୋଇଛି।
ସକାଳ ୧୧ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି କରାଯାଉଛି। ଆସନ୍ତା ୮ତାରିଖ ହୋଲି ଥିଵାରୁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି କରିବା ପାଇଁ ନିଷ୍ପତ୍ତି ହୋଇଛି। ଅଫ ଲାଇନରେ ଟିକେଟ କିଣିବା ପାଇଁ ଆଜି ଦର୍ଶକଙ୍କ ଭିଡ ଲାଗି ରହିଛି।
FIH ହକି ପ୍ରୋ ଲିଗରେ ୧୦ ତାରିଖ ଦିନ ଭାରତ ଓ ଜର୍ମାନୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଵ। ୧୧ ତାରିଖରେ ଜର୍ମାନୀ ଓ ଅଷ୍ଟ୍ରେଲିଆ, ୧୨ ତାରିଖରେ ଭାରତ ଅଷ୍ଟ୍ରେଲିଆ, ୧୩ ତାରିଖରେ ଭାରତ-ଜର୍ମାନୀ, ୧୪ ତାରିଖରେ ଜର୍ମାନୀ-ଅଷ୍ଟ୍ରେଲିଆ ଓ ୧୫ ତାରିଖରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ପ୍ରତ୍ୟେକ ମ୍ୟାଚ୍ ରାତି ୭ଟାରୁ ଆରମ୍ଭ ହେବ।

