FIH ପ୍ରୋ ଲିଗ୍ ହକି: ଇଂଲଣ୍ଡକୁ ହରାଇ ଶୀର୍ଷକୁ ଉଠିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
1 min readଭୁବନେଶ୍ୱର: ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ସରିବ ଏଫଆଇଏଚ୍ ପ୍ରୋ ଲିଗର ଚଳିତ ସିଜିନ । ଆଜି ଓ କାଲି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏଫଆଇଏଚ୍ ପ୍ରୋ ଲିଗର ଶେଷ ଦୁଇଟି ମ୍ୟାଚ୍ । ଆଜି କଳିଙ୍ଗର ବ୍ଲୁ ଟର୍ଫରେ ମୁହାଁମୁହିଁ ହେବେ ଇଣ୍ଡିଆ- ଇଂଲଣ୍ଡ । ଏଫଆଇଏଚ୍ ପ୍ରୋ ଲିଗରେ ୮ଟି ମ୍ୟାଚ୍ ଖେଳି ୧୬ ପଏଣ୍ଟ୍ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ଭାରତୀୟ ପୁରୁଷ ହକି ଦଳ । ଏଫଆଇଏଚ୍ ପ୍ରୋ ଲିଗର ପଏଣ୍ଟ ଟେବୁଲରେ ୧୭ ପଏଣ୍ଟ ସହ ତାଲିକାର ଶୀର୍ଷ ସ୍ଥାନରେ ରହିଛି ଜର୍ମାନୀ । ତେବେ ଆଜି ଓ ଆସନ୍ତାକାଲି ହେବାକୁ ଥିବା ମ୍ୟାଚରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ନେତୃତ୍ୱରେ ଆଜି ସଂନ୍ଧ୍ୟା ୭ଟା ୩୦ରେ ଟର୍ଫକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପୂର୍ବ ଦୋଷ ଦୂର୍ବଳତାକୁ ସୁଧାରି ଇଂଲଣ୍ଡ ଦଳକୁ ଟକ୍କର ଦେବ ବୋଲି କହିଛନ୍ତି ଅଧିନାୟକ ଅମିତ ରୋହିଦାସ ।
Men's #FIHProLeague action continues in Bhubaneswar as Indian take on England today!
What are your predictions for this game?
Game 1:
? – India vs England (Men)
? – 2nd April 2022
? – 16:00 CEST/19:30 IST
?- Follow all the updates on https://t.co/igjqkvA4ct. pic.twitter.com/VpVQvhQffs— International Hockey Federation (@FIH_Hockey) April 2, 2022
Training Mode ?
Team India is caught in action ? during their practice session as they gear up for tomorrow's match against England ?? at Kalinga Stadium, Bhubaneswar.#IndiaKaGame #HockeyIndia #hockeyatitsbest @Media_SAI @IndiaSports @CMO_Odisha @sports_odisha pic.twitter.com/A8OVtQkRnT
— Hockey India (@TheHockeyIndia) April 1, 2022
ଭାରତ ଶେଷ ଥର ପାଇଁ ଇଂଲଣ୍ଡକୁ ଗତବର୍ଷ ଟୋକିଓ ଅଲମ୍ପିକ୍ସ କ୍ୱାଟର ଫାଇନାଲରେ ଭେଟିଥିଲେ । ଏହି ମ୍ୟାଚରେ ଭାରତ ଇଂଲଣ୍ଡକୁ ୩-୧ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ବିଶ୍ୱ ମାନ୍ୟତାରେ ଇଂଲଣ୍ଡ ସପ୍ତମ ସ୍ଥାନରେ ରହିଥିବାବେଳେ ଭାରତ ଚତୁର୍ଥ ସ୍ଥାନରେ ରହିଛି ।