spot_img

Latest Posts

ଶତ୍ରୁଙ୍କ ନିଦ ଉଡ଼ାଇବ INS ବାଗିର, ଭାରତୀୟ ନୌସେନାରେ ସାମିଲ ହେଲା

ନୂଆଦିଲ୍ଲୀ: ଶତ୍ରୁ ରାଷ୍ଟ୍ର ବିରୋଧରେ ଭାରତର ସମରସଜ୍ଜା। ଆଜି ଭାରତୀୟ ନୌସେନାରେ ସାମିଲ ହୋଇଛି ବାହୁବଳୀ । ଫିପଥ୍ ଡିଜେଲ ଇଲେକ୍ଟ୍ରିକ ସ୍କର୍ପିନ ଆଇଏନଏସ ବାଗିର ନୌସେନାରେ ସାମିଲ ହୋଇଛି । ଆଣ୍ଟି ସରଫେସ ଓ୍ବାରଫେର, ଆଣ୍ଟିସବମେରିନ ଓ୍ବାରଫେର, ଇଣ୍ଟେଲିଜେନସି ଗ୍ୟାଦରିଂ, ସର୍ଭେଲାନ୍ସ ମିସନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛି ଆଇଏନଏସ ବାଗିର।

କାଲଭାରି ଶ୍ରେଣୀର ଏହି ସବମେରିନ ମଧ୍ୟରୁ ଆଇଏନଏସ କାଲଭାରି, ଆଇଏନଏସ କରଞ୍ଜ, ଆଇଏନଏସ ବେଳା ଭାରତୀୟ ନୌସେନାରେ ସାମିଲ ହୋଇସାରିଛି। ସୀମା ବିବାଦ ମଧ୍ୟରେ ଉଭୟ ବାୟୁସେନା ଓ ନୌସେନା ନିଜକୁ କରୁଛନ୍ତି ଶକ୍ତିଶାଳୀ। ଗତ କିଛିମାସ ତଳେ ଆଇଏନଏସ ବାଗିରର ହୋଇଥିବା ସମସ୍ତ ଟ୍ରାଏଲ ସଫଳ ହୋଇଥିଲା । ଏଥିରେ ଖଞ୍ଜାଯାଇଥିବା ସମସ୍ତ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ଓ ସେନସର ଟ୍ରାଏଲ ମଧ୍ୟ ସମ୍ପୂର୍ଣ୍ଣ ସଫଳ ହୋଇଥିଲା ।

ପ୍ରଥମ ଥର ଲାଗି ୧୯୭୩ ନଭେମ୍ବର ୧ରେ ଆଇଏନଏସ ବାଗିରର ପ୍ରଥମ ଭର୍ସନ ନୌସେନାରେ ସାମିଲ ହୋଇଥିଲା। ଏହା ପରଠାରୁ ଅନେକ ମିସନରେ ନିଜର ସଫଳ ପରାକାଷ୍ଠା ପ୍ରଦର୍ଶନ କରିଆସିଛି ଆଇଏନଏସ ବାଗିର। ଏହି ଜାହାଜ ପାଣି ଉପରେ ଘଣ୍ଟା ପ୍ରତି ୨୦ କିଲୋମିଟର ଓ ପାଣି ଭିତରେ ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ଯାଇପାରିବ ।

Latest Posts

Don't Miss