spot_img

Latest Posts

FIFA ବିଶ୍ବକପ ୨୦୨୬ ଶିଡ୍ୟୁଲ: ୪୮ ଟିମଙ୍କ ମଧ୍ୟରେ ଖେଳାଯିବ ୧୦୪ ମ୍ୟାଚ

ଫିଫା ବିଶ୍ବକପ ୨୦୨୬ ପାଇଁ ଶିଡ୍ୟୁଲ ଜାରି କରାଯାଇଛି । ୪୮ଟି ଟିମଙ୍କ ମଧ୍ୟରେ ୧୦୪ଟି ମ୍ୟାଚ ଖେଳାଯିବ । ଇତିହାସର ସବୁଠାରୁ ବଡ଼ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ଜୁନ ୧୧ରେ ମେକ୍ସିକୋ ସିଟିରେ ଆରମ୍ଭ ହେବ । ପ୍ରଥମ ଥର ୩୨ ନୁହନ୍ତି, ବରଂ ୪୮ଟି ଟିମ ମଧ୍ୟରେ ହେବ କଡ଼ା ଟକ୍କର । କନାଡ଼ା, ଆମେରିକା ଓ ମେକ୍ସିକୋ ପ୍ରଥମ ଥର ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛନ୍ତି । ୩୯ ଦିନ ଧରି ଏହି ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ଚାଲିବ ।

ଆସନ୍ତା ବର୍ଷ ଜୁନ ମାସ ୧୧ ତାରିଖ ଦ୍ବିପ୍ରହର ୩ଟା ସ୍ଥାନୀୟ ସମୟରେ ମ୍ୟାଚ ଆରମ୍ଭ ହେବ । ମେକ୍ସିକୋ ଟିମ ନିଜର ଘରୋଇ ଦର୍ଶକଙ୍କ ସାମ୍ନାରେ ପ୍ରଥମ ମ୍ୟାଚ ଖେଳିବ । ସେଥିପାଇଁ ଓପନିଂ ମ୍ୟାଚ୍ ବେଶ୍ ରୋମାଞ୍ଚକର ହେବ । ଜୁଲାଇ ୧୯ରେ ନ୍ୟୁ ୟର୍କ- ନ୍ୟୁ ଜର୍ସି ଷ୍ଟାଡିୟମରେ ହେବ । ଅଣ-ସ୍ପନସର ବ୍ରାଣ୍ଡସକୁ ପ୍ରମୋସନ କରିବା ପାଇଁ ଫିଫା ସମସ୍ତ ଷ୍ଟାଡିୟମର ନାମ ପରିବର୍ତ୍ତନ କରିଛି । ବିଶ୍ବକପରେ ୧୨ଟି ରହିଛି ଯାହାକି ଏ’ ଠାରୁ ଆରମ୍ଭ କରି ଏଲ ପର୍ଯ୍ୟନ୍ତ ରହିଛି । ପ୍ରତି ଗ୍ରୁପରେ ୪ଟି ଲେଖାଏଁ ଟିମ୍ ରହିଥିବା ବେଳେ ସବୁ ଟିମ୍ ନିଜ ଗ୍ରୁପରେ ୩-୩ଟି ମ୍ୟାଚ ଖେଳିବେ । ଜୁନ ୧୧-୧୭ ଗ୍ରୁପ ଷ୍ଟେଜ, ଜୁନ ୨୮-ଜୁଲାଇ ୩ ରାଉଣ୍ଡ ଅଫ ୩୨,  ଜୁଲାଇ ୪-୭ ରାଉଣ୍ଡ ଅଫ ୧୬, ଜୁଲାଇ ୯-୧୧ କ୍ବାର୍ଟର ଫାଇନାଲ, ଜୁଲାଇ ୧୪-୧୫ ସେମିଫାଇନାଲ, ଥାର୍ଡ-ପ୍ଲେସ ମ୍ୟାଚ ଜୁଲାଇ ୧୮ରେ ଓ ଫାଇନାଲ ଜୁଲାଇ ୧୯ରେ ଖେଳାଯିବ ।

Latest Posts

Don't Miss