ଚାଷୀଙ୍କୁ ଘାରିଛି ସାର ଚିନ୍ତା: ଖରିଫ ଚାଷ ପାଇଁ ମିଳୁନି ସାର 

1 min read

ଚାଷୀଙ୍କୁ ଘାରିଛି ସାର ଚିନ୍ତା  । ଖରିଫ ଚାଷ ପାଇଁ ମିଳୁନି ସାର  । କେଉଁଠି ଆବଶ୍ୟକ ଠାରୁ ଚଢ଼ା ଦରରେ ସାର ମିଳୁଛି ତ କେଉଁଠି ସାର ନପାଇ ନିରାଶ ହୋଇ ଫେରୁଛନ୍ତି ଚାଷୀ  । ବୌଦ୍ଧ ଜିଲ୍ଳାରେ ସାଂଘାତିକ ସ୍ଥିତିରେ ସାର ସଙ୍କଟ  । ସାରର ଅଭାବ ଯୋଗୁଁ ମୁଣ୍ଡରେ ହାତ ଦେଲେଣି ଚାଷୀ  । ଖରିଫ ଚାଷ ପାଇଁ ଏବେ ସାର ଜରୁରୀ ହୋଇ ପଡିଛି । ବର୍ତ୍ତମାନ ଧାନଚାଷ ପାଇଁ ସାର ପକାଇବାର ଉପଯୁକ୍ତ ସମୟ । ହେଲେ ସାର ମିଳୁନଥିବାରୁ ଚାଷ ନଷ୍ଟ ହେବା ଆଶଂକା ବୃଦ୍ଧି ପାଇଲାଣି । ଜିଲ୍ଲାର କିଛିସ୍ଥାନରେ ବର୍ଷାର ଅଭାବ ଥିବା ବେଳେ ଓ ସାର ଅଭାବ ଯୋଗୁଁ ପତ୍ର ହଳଦିଆ ହେବାକୁ ବସିଲାଣି  । କିଛି ସ୍ଥାନରେ ଚଢ଼ା ଦରରେ ସାର ବିକ୍ରି ହେଉଥିବା ବେଳେ ଅନ୍ୟ କୌଣସି ଉପାୟ ନପାଇ ବାଧ୍ୟ ହୋଇ ଚଢ଼ାଦରରେ ସାର କିଣିବାକୁ ପଡୁଛି ବୋଲି କହିଛନ୍ତି ଚାଷୀ।

ଅନ୍ୟପଟେ ସାର ସଙ୍କଟ ନେଇ ବିଜେଡି ମଧ୍ୟ ସ୍ବର ଉଠାଇଛି। ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନେତୃତ୍ୱ ଏକ ଟିମ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛି। ଚାଷୀଙ୍କ ପାଇଁ ସାରର ଅଭାବ ଦୂର କରିବାକୁ ଦାବି ରଖିଛି ବିଜେଡି  । ସେପ୍ଟେମ୍ବର ପହିଲା ବେଳକୁ ସରକାରଙ୍କ ଗୋଦାମରେ ୟୁରିଆ କିମ୍ବା ଅନ୍ୟାନ୍ୟ ସାର ମିଳୁନାହିଁ  । ଯେଉଁ ସାର ୨୬୦ ରୁ ୬୫ ଟଙ୍କାରେ ମିଳିବା କଥା ତାହା ୫୦୦ରୁ ଅଧିକ ଦାମରେ କିଣି ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି । ତେଣୁ ତୁରନ୍ତ ଏହାର ସମାଧାନ ପାଇଁ ଦାବି କରିଛି ବିଜେଡି l ଅନ୍ୟପଟେ ଦିନେ ଦୁଇଦିନରେ ରାଙ୍କ ଆସିବ ଓ ଚାଷୀଙ୍କୁ ସାର ମିଳିବ ବୋଲି ଫୋନ ଯୋଗେ କହିଛନ୍ତି କଣ୍ଟାମାଳ ବ୍ଲକ କୃଷି ଅଧିକାରୀ।