ବାପା ଚାଷୀ, ଝିଅ ପିନ୍ଧିଲେ ମିସ୍ ଇଣ୍ଡିଆ ତାଜ୍

ଜୟପୁର: ଚଳିତ ବର୍ଷ ମିସ୍ ଇଣ୍ଡିଆର ତାଜ୍ ପିନ୍ଧିଛନ୍ତି ନନ୍ଦିନୀ ଗୁପ୍ତା । ରାଜସ୍ଥାନ କୋଟାରେ ରହୁଥିବା ୧୯ ବର୍ଷିୟ ନନ୍ଦିନୀ ଦେଶ ପାଇଁ ଆଣିଛନ୍ତି ଗୌରବ । ନନ୍ଦିନୀ ମଣିପୁରରେ ଆୟୋଜିତ ହୋଇଥିବା ୫୯ ତମ ଫେମିନା ମିସ୍ ଇଣ୍ଡିଆ ୨୦୨୩ର ବିଜେତା ହୋଇଛନ୍ତି । ତାଙ୍କୁ ୨୦୨୨ର ମିସ୍ ଇଣ୍ଡିଆ ସିନି ସେଟ୍ଟୀ ତାଜ୍ ପିନ୍ଧାଇଛନ୍ତି । ମିସ୍ ଇଣ୍ଡିଆ ହେଲା ପରେ ନନ୍ଦିନୀ ମିସ୍ ଓ୍ବାଲର୍ଡ ୨୦୨୩ରେ ଭାରତର ପ୍ରତିନିଧିତ୍ବ କରିବେ ।

ଚାଷୀଙ୍କ ଝିଅ ନନ୍ଦିନୀ

ନନ୍ଦିନୀଙ୍କ ବାପାଙ୍କ ନାଁ ହେଉଛି ସୁମିତ ଗୁପ୍ତା । ସୁମିତ ପେସାରେ ଚାଷୀ ଏବଂ କଣ୍ଟ୍ରାକ୍ଟର । ତାଙ୍କର କୋଟା ଜିଲ୍ଲାରେ ଖେତ ଅଛି । ନନ୍ଦିନୀଙ୍କ ମାଆ ଗୃହିଣୀ । ତାଙ୍କର ସାନ ଭଉଣୀ ଅନନ୍ୟା ନବମ ଶ୍ରେଣୀରେ ପଢ଼ୁଛନ୍ତି ।

ବିଜନେସ ମ୍ୟନେଜମେଣ୍ଟ ପଢ଼ିଛନ୍ତି ନନ୍ଦିନୀ

ନନ୍ଦିନୀ କୋଟାରୁ ହିଁ ସ୍କୁଲ ଶିକ୍ଷା ଗ୍ରହଣ କରିଛନ୍ତି । ଏହା ପରେ ସେ ବିଜନେସ ମ୍ୟାନେଜମେଣ୍ଟ ପଢ଼ିବା ପାଇଁ ମୁମ୍ବାଇ ଯାଇଥିଲେ । ଏତେ କମ୍ ବୟସରେ ମିସ୍ ଇଣ୍ଡିଆର ତାଜ୍ ପିନ୍ଧିଥିବାରୁ ସାରା ଦେଶରୁ ତାଙ୍କୁ ପ୍ରଶଂସା ମିଳୁଛି ।