ମହିଳା ସୁରକ୍ଷା ପାଇଁ କମିଶନରେଟ ପୋଲିସର ନୂଆ ପଦକ୍ଷେପ, ନିଯୁକ୍ତି ହେବେ ମହିଳା ଏସପିଓ

1 min read

ଭୁବନେଶ୍ୱର: ମହିଳାଙ୍କ ସୁରକ୍ଷା ନେଇ ଆଉ ପାଦେ ଆଗକୁ ବଢ଼ିଛି କମିଶନରେଟ ପୋଲିସ । ଶିକ୍ଷାନୁଷ୍ଠାନ, କଲ୍ ସେଣ୍ଟର, ଆଇଟି ସେଣ୍ଟର ଗୁଡିକରେ ନିୟୋଜିତ ହେବେ SPO । କର୍ମଜୀବୀ ମହିଳା ଓ ଶିକ୍ଷାନୁଷ୍ଠାନର ଛାତ୍ରୀମାନଙ୍କୁ  ନେଇ ଗଠନ ହେବ ଏସ୍‌ପିଓ । ଅପରାଧ ଓ ଅପରାଧୀଙ୍କ ଉପରେ ନଜର ରଖିବାକୁ ଏହି ନୂଆ ଉଦ୍ୟମ ଆରମ୍ଭ କରିବ କମିଶନରେଟ ପୋଲିସ ।

କଲେଜ ହେଉକି ବିଶ୍ୱବିଦ୍ୟାଳୟ । ଆଇଟି ହେଉକି କର୍ପୋରେଟ ସେକ୍ଟର । ମହିଳାଙ୍କ ସୁରକ୍ଷା ପାଇଁ କାମ କରିବେ ସ୍ପେଶାଲ ପୋଲିସ ଅଫିସର ବା ଏସ୍‌ପିଓ । ଦୁଷ୍କର୍ମ, ଅସଦାଚରଣ, ଅତ୍ୟାଚାର ଓ ନିର୍ଯାତନା ଭଳି ଅଭିଯୋଗ ନେଇ ରହିବନି ଥାନାର ଭୟ । ମହିଳାଙ୍କ ପ୍ରତି ହେଉଥିବା ଯେ କୈାଣସି ପ୍ରକାର ଅଭିଯୋଗ, ଏସପିଓ ଜାଣିବେ । ଟୁଇନସିଟିରେ କଲେଜ, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସେକ୍ଟରରେ କାମ କରୁଥିବା ମହିଳାଙ୍କ ସୁରକ୍ଷାକୁ ନେଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛି କମିଶନରେଟ ପୋଲିସ । ପ୍ରତ୍ୟେକ ଅନୁଷ୍ଠାନରୁ ମହିଳା ଓ ଛାତ୍ରୀଙ୍କୁ ଚୟନ କରି ପୋଲିସ ବାଛିବ ମହିଳା ଏସପିଓ ଟିମ ।

ରାଜଧାନୀରେ ମହିଳାଙ୍କ ପ୍ରତି ଦୁଷ୍କର୍ମ, ଅସଦାଚରଣ, ଦୁବ୍ୟବହାର ଭଳି ଘଟଣାରେ ବଢ଼ିବାରେ ଲାଗିଛି । ଏ ସବୁ ରୋକିବାକୁ ନିଯୁକ୍ତ ହେବେ ଏସ୍‌ପିଓ । ଟୁଇନ୍‌ସିଟର ୪୧ଟି ଅନୁଷ୍ଠାନକୁ ଅବଗତ କରିଛି କମିଶନରେଟ୍‌ ପୋଲିସ । ପ୍ରଥମ ପର୍ଯ୍ୟାୟରେ ରାଜଧାନୀ କଲେଜ ସମେତ ଅନ୍ୟ କଲେଜ କର୍ତ୍ତୃପକ୍ଷ ଛାତ୍ରୀଙ୍କ ତାଲିକା କମିଶନରେଟ୍‌ ପୋଲିସକୁ ଦେଇଛନ୍ତି । ଅନେକ ସମୟରେ କର୍ମଜୀବୀ ମହିଳା ଓ ଛାତ୍ରୀଙ୍କ ପ୍ରତି ହେଉଥିବା ଅଭିଯୋଗ ପୋଲିସ ପାଖରେ ପହଞ୍ଚି ପାରୁନି । ଅଭିଯୋଗ କରିବାକୁ ସଙ୍କୋଚିତ ଅବା ଭୟ କରୁଛନ୍ତି ପୀଡ଼ିତା । ଏଭଳି ଘଟଣା ଏସପିଓଙ୍କ ନଜରକୁ ଆସିଲେ ସେମାନେ ପୋଲିସ ନିକଟରେ ପହଞ୍ଚାଇ ପାରିବେ । ଯାହା ଦ୍ଵାରା ପୋଲିସ ଘଟଣା ଉପରେ ଦୃଷ୍ଟି ରଖିବ । ଅନ୍ୟପଟେ ପୋଲିସର ଏସପିଓ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଛାତ୍ରୀ ଓ କର୍ମଜୀବୀ ମହିଳା ।

ଜାନୁୟାରୀ ୨ ଠାରୁ ରାଜଧାନୀରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଜାନୁଆରୀ ୧୫ରୁ କଟକରେ ମଧ୍ୟ ଏହାକୁ ଆରମ୍ଭ କରାଯିବ । ଏହା ଫଳରେ କିଛି ପରିମାଣରେ ମହିଳାଙ୍କ ପ୍ରତି ଘଟୁଥିବା ଅସଦାଚରଣ, ଦୁର୍ବ୍ୟବହାର, ବଳାକ୍ରାର ପରି ଘଟଣା ହ୍ରାସ ପାଇବ ବୋଲି ପୁଲିସ ଆଶା ରଖିଛି ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ମହିଳା ଇନିସ୍ପେକ୍ଟର ରାଜଧାନୀରେ ଏହି କାର୍ଯ୍ୟକ୍ରମର ପରିଚଳନା ଦାୟିତ୍ୱ ନେବେ । ତାଙ୍କ ନେତୃତ୍ୱରେ କଲେଜର ସ୍ୱତନ୍ତ୍ର ପୁଲିସ ଅଫିସରମାନେ କାମ କରିବେ ।
ପୂର୍ବରୁ ଭୁବନେଶ୍ୱର କଲେଜ ଛାତ୍ରୀଙ୍କୁ ରୋଡ ରୋମିଓ ଦୁବ୍ୟବହାରର ଶିକାର ହୋଇଛନ୍ତି। ଏପରିକି ରୋଡ ରୋମିଓ ଙ୍କୁ ଯୁବତୀ ମାନେ ମଧ୍ୟ ପାନେ ଚାଖିଛନ୍ତି।

Leave a Reply