ସଡ଼ଙ୍ଗୀ ଜଙ୍ଗଲରେ ମାଈ ହାତୀର ମୃତ୍ୟୁ: ଗୋଡ଼ରେ କ୍ଷତ ଥିବାରୁ ଚାଲିଥିଲା ଚିକିତ୍ସା

ଢେଙ୍କାନାଳ: ସଡଙ୍ଗୀରେଞ୍ଜ ଜଙ୍ଗଲରେ ମାଈ ହାତୀର ମୃତ୍ୟୁ । ହାତୀଟିର ବୟସ ପାଖାପାଖି ୧୦ ବର୍ଷ ହେବ । ହାତୀ ଗୋଡ଼ରେ କ୍ଷତ ହୋଇଥିବାରୁ ଚଲାବୁଲା କରିପାରୁନଥିଲା । ଗତ ୨୫ ଦିନ ହେଲା ବନବିଭାଗ ପକ୍ଷରୁ ହାତୀର ଚିକିତ୍ସା କରାଯାଉଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ହାତୀର ଜୀବନ ଯାଇଛି ।

ଅପରପକ୍ଷରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଫୋଗଳ ଅଞ୍ଚଳରେ ବଣୁଆ ହାତୀ ଆତଙ୍କ । ଏ ଅଞ୍ଚଳରେ ପୂର୍ବରୁ ହାତୀ କେବେ ନ ଆସିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ହାତୀଟି ଧାନ କ୍ଷେତରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଲିଛି । ହାତୀଟି ଯାଜପୁର ଜିଲ୍ଲା ଡାଳିଯୋଡ଼ା ରେଞ୍ଜରୁ ଆସିଥିବା ଅନୁମାନ କରାଯାଉଛି । ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀ ଘଇଡାବାକୁ ଚେଷ୍ଟା ଜାରି ରହିଛି ।

Leave a Reply