ରାଜ୍ୟ ବିଜେପି ପାର୍ଟି ଅଫିସ ଆଗରେ ମହିଳା କର୍ମୀଙ୍କୁ ମାଡ଼

ଭୁବନେଶ୍ବର: ପଦାରେ ପଡ଼ିଲା ରାଜ୍ୟ ବିଜେପିର ମହିଳାଙ୍କୁ ସମ୍ମାନ । ଉଜ୍ଜ୍ବଳାକୁ ନେଇ ରାଜ୍ୟ ବିଜେପି ଅଫିସରେ ତୁମୁଳ କାଣ୍ଡ । ରାଜ୍ୟ ବିଜେପି ପାର୍ଟି ଅଫିସ ସମ୍ମୁଖରେ ଦଳୀୟ ମହିଳା କର୍ମୀଙ୍କୁ ମାଡ଼ । ଗେଟ ସମ୍ମୁଖରେ ଶତାଧିକ ମହିଳାଙ୍କ ହୋହଲ୍ଲା । ଉଜ୍ଜଳା ଯୋଜନାରେ ନାର୍ଯ୍ୟ ଦାବି ନେଇ ଉଜ୍ଜଳା ଦିଦି ରାଜ୍ୟ ପାର୍ଟି ଅଫିସରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦେଖା କରିବା ପାଇଁ ଆସିଥିଲେ । ହେଲେ ଆଲୋଚନା ବଦଳରେ ପୁରୁଷ କର୍ମୀମାନେ ବିଜେପି ମହିଳାଙ୍କ ତଣ୍ଟି ଧରି ଧକା ମାରି ମୋବାଇଲ୍ ଛଡାଇ ନେଇଥିବା ଅଭିଯୋଗ ହୋଇଛି । କିଛି ମହିଳା ମେଡ଼ିକାଲକୁ ଯାଇଥିବା ଅଭିଯୋଗ କରିଛନ୍ତି ଉଜ୍ଜ୍ବଳା ଦିଦି ।

ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ସଶକ୍ତ କରିବାକୁ ଯୋଜନା ପରେ ଯୋଜନ କରୁଛନ୍ତି । ମିଶନଶକ୍ତି ମାଧ୍ୟମରେ ରାଜ୍ୟର ମହିଳାମାନେ ଆଜି ନିଜ ଗୋଡ଼ରେ ଛିଡା ହୋଇ ନିଜେ ରୋଜଗାର କରିବା ସହ ଅନ୍ୟଙ୍କୁ ରୋଜଗାର ଦେଉଛନ୍ତି । ସବୁ ବର୍ଗର ମହିଳାଙ୍କ ପାଇଁ ନବୀନ ସରକାର କିଛି ନା କିଛି ଯୋଜନା କରି ସେମାନଙ୍କ ଆର୍ଥିକ ସ୍ଥରରେ ସଶକ୍ତ କରୁଛନ୍ତି । ହେଲେ ଅନ୍ୟପଟେ ମହିଳାଙ୍କୁ ସମ୍ମାନ ଦେବାକୁ ନେଇ କହି ବୁଲୁଥିବା ବିଜେପିର ଅସଲ ଚେହେରା ସାରା ଓଡ଼ିଶା ରାଜ୍ୟ ବିଜେପି ପାର୍ଟି ଅଫିସ ଆଗରେ ଦେଖିଛି । ଏଠାରେ ଯେମିତି ରାଜ୍ୟ ବିଜେପିର ମହିଳା କର୍ମୀଙ୍କୁ ପୁରୁଷ କର୍ମୀମାନେ ମାଡ ମାରିଛନ୍ତି ତାହା ବିଜେପିର ମହିଳାଙ୍କୁ ସମ୍ମାନ ଦେବା ଛଳନାକୁ ପଦାରେ ପକାଦେଇଛି