ସ୍ୱାଗତରେ ଖୁସି ହୋଇ ବୋରିସ୍‌ କହିଲେ, ମୋତେ ସଚ୍ଚିନ୍‌ ଏବଂ ଅମିତାଭ ବଚ୍ଚନଙ୍କ ଭଳି ଲାଗିଲା

ନୂଆଦିଲ୍ଲୀ: ଭାରତରେ ସ୍ୱାଗତ ପ୍ରକ୍ରିୟାରେ ଖୁସି ହୋଇ ୟୁକେ ପ୍ରଧାନମନ୍ତ୍ରୀ ଏମିତି କିଛି ପ୍ରତିକ୍ରିୟା ଦେଲେ ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ବୋରିସ୍‌ କହିଛନ୍ତିଯେ, ସ୍ୱାଗତ ପ୍ରକ୍ରିୟା ଦେଖି ମୋତେ ନିଜକୁ ସଚ୍ଚିନ ଏବଂ ଅମିତାଭ ବଚ୍ଚନଙ୍କ ଭଳି ଅନୁଭବ ହେଉଛି ।  ଏଭଳି ଭବ୍ୟ ସ୍ୱାଗତ ପାଇଁ ସେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ମଧ୍ୟ ଅପର୍ଣ କରିଛନ୍ତି । ଏହା ବାଦ୍‌ ଭାରତର ସମସ୍ତ ନାଗରିକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

 ସୂଚନାଯୋଗ୍ୟ ଭାରତ ଗସ୍ତର ଦ୍ୱିତୀୟ ଦିନରେ ବୋରିସ ହାଇଦ୍ରାବାଦ ହାଉସରେ ମୋଦୀଙ୍କୁ ଭେଟିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ମଧ୍ୟ ହୋଇଛି । ଆଲୋଚନାରେ ଉଭୟ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି ।ସେହିପରି ବୋରିସ କହିଥିଲେ ଯେ, ମୋଦୀ ତାଙ୍କର ଖାସ୍ ବନ୍ଧୁ । ଏହି ଚ୍ୟାଲେଞ୍ଜଭରା ସମୟରେ ସେ ଓ ମୋଦୀଙ୍କ ମଧ୍ୟରେ ସମ୍ପର୍କ ଅତୁଟ ରହିଛି । ଉଭୟ ଆହୁରି ନିକଟତର ହୋଇଛନ୍ତି । ଆଜି ସେମାନଙ୍କ ମଧ୍ୟରେ ସୁନ୍ଦର ବାର୍ତ୍ତାଳାପ ହୋଇଛି । ଉଭୟ ସମ୍ପର୍କକୁ ସମସ୍ତ ଦିଗରୁ ମଜବୁତ କରିଛନ୍ତି । ଭାରତ ଓ ବ୍ରିଟେନ୍ ମଧ୍ୟରେ ବୁଝାମଣା ବନ୍ଧୁତାର ଏକ ଝଲକ ଅଟେ ବୋଲି ସେ କହିଛନ୍ତି ।