ଲଦାଖରେ ଉତ୍ତେଜନା ଜାରି: ଚୀନକୁ ଜବାବ ଦେବାକୁ ପ୍ରସ୍ତୁତି ଚୂଡ଼ାନ୍ତ
1 min readଲଦାଖ: ଗଲଓ୍ୱାନ ଘାଟିରେ ସ୍ଥିତି ଖୁବଶୀଘ୍ର ସ୍ୱାଭାବିକ ନହେଲେ ଯୁଦ୍ଧ ଭଳି ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବନାହିଁ । ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ହେଲା ଯେ, ଗଲଓ୍ୱାନ ଘାଟିରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ସ୍ଥିତି ବହୁତ ଉତ୍ତେଜନାପୂର୍ଣ୍ଣ ରହିଛି । ତେଣୁ ପୁଣି ଥରେ ସେନା ମୁହାଁମୁହିଁ ହେବେ ଏଭଳି ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବନାହିଁ, ଏଭଳି ସ୍ଥିତିରେ କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ ବାହର କରିବା ଏକାନ୍ତ ଆବଶ୍ୟକ ।.
ବିଗତ ବୁଝାମଣାର ପାଳନ ବର୍ତ୍ତମାନ ସମ୍ଭବ ନୁହେଁ
ବିଗତ ଦିନମାନଙ୍କରେ ଗଲଓ୍ୱାନ ଘାଟିରେ ଯାହା କିଛି ହେଲା ତାହା ଗତ ୪୫ ବର୍ଷ ପରେ ଦେଖିବାକୁ ମିଳୁଛି । ଏତେବର୍ଷରେ ସେଠାରେ କେବେ ଗଳୁ ଫୁଟିନଥିଲା କି କୌଣସି ଯବାନ ଶହୀଦ ହୋଇନଥିଲା । ଏହା କେବଳ ୨ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଯୋଗୁଁ ସମ୍ଭବ ହୋଇପାରିଛି । ଯେଉଁଥିରେ ଯବାନ ଏଲ୍ଏସିରେ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିପାରିବେ ନାହିଁ ବୋଲି ବୁଝାମଣାରେ ସ୍ୱାକ୍ଷର ହୋଇଛି ।
ତେବେ ଗଲଓ୍ୱାନ ହିଂସାରେ ଭାରତର ୨୦ ଯବାନ ଶହୀଦ ହୋଇଥିବା ବେଳେ ଚୀନ ସୈନିକ ମଧ୍ୟ ନିହତ ହୋଇଛନ୍ତି । ଏଭଳି ସ୍ଥିତିରେ ପୂର୍ବ ସନ୍ଧିକୁ ପାଳନ ସମ୍ଭବ ନୁହେଁ । ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ ସେନା ପୁଣି ମୁହାଁମୁହିଁ ହେଲେ ସ୍ଥିତି କେଉଁ ଆଡକୁ ଯିବ କହିହେବନି । ସେନାଙ୍କ ମନରେ କ୍ରୋଧ ମନୋଭାବ ଭରିରହିଥିବାରୁ ଛୋଟ ଘଟଣା ବି ବଡ଼ ରୂପ ନେଇପାରେ
ପେଙ୍ଗଙ୍ଗ୍ ହ୍ରଦ ନିକଟରେ ହିଂସାର ପ୍ରଭାବ
ବର୍ତ୍ତମାନ ସୈନିକଙ୍କ ମଧ୍ୟ ପେଙ୍ଗଙ୍ଗ୍ ହ୍ରଦରେ ଉତ୍ତେଜନାର ଆଶଙ୍କା ଅଧିକ ରହିଛି । ଅପରପକ୍ଷରେ ଚୀନର ପିଏଲ୍ଏ ୮କି.ମି ଅଞ୍ଚଳକୁ ବ୍ଳକ୍ କରିଦେଇଛି । ସୂଚନା ଯୋଗ୍ୟ ଗଲଓ୍ୱାନ ପୂର୍ବର ଏଠାରେ ବି ସୈନିକଙ୍କ ମଧ୍ୟରେ ହିଂସା ଦେଖାଯାଇଥିଲା ।
କିନ୍ତୁ ବର୍ତ୍ତମାନ ଯବାନ ଶହୀଦ ହୋବା ପରେ ସେନା ମୁହାଁମୁହିଁ ହେଲେ ସେମାନେ ହତାହାତି ଓ ପଥରମାଡ଼ରେ ହିଁ ନିଜକୁ ସୀମିତ ରଖିବେ । ବର୍ତ୍ତମାନ ଗଲଓ୍ୱାନ ଘାଟିରେ ଭାରତୀୟ ସେନା ସମ୍ପୂର୍ଣ୍ଣ ସତର୍କ ରହିଛି । ସ୍ଥଳ ଏବଂ ବାୟୁ ସେନାକୁ ହାଇ ଆଲର୍ଟରେ ରଖାଯାଇଛି । ଚୀନର ଯୋକୌଣସି ଭୁଲର ଜବାବ ସେନାଙ୍କୁ ମୋଦି ସରକାରଙ୍କ ପକ୍ଷରୁ ପୂରା ସ୍ୱତନ୍ତ୍ରତା ଦିଆଯାଇଛି ।