spot_img

Latest Posts

FD ଛାଡ଼ନ୍ତୁ, ଏହି ସ୍କିମରେ ନିବେଶ କରନ୍ତୁ: ବମ୍ପର ରିଟର୍ଣ୍ଣ ସାଙ୍ଗକୁ ରିସ୍କ ବି କମ୍

ଯଦି ଆପଣମାନେ ଭାବୁଥାନ୍ତି ଯେ, ଏଫଡି ସବୁଠାରୁ ସୁରକ୍ଷିତ ଓ ଫାଇଦାଯୁକ୍ତ ନିବେଶ, ତେବେ ଆପଣମାନେ ହୁଏତ ଭୁଲ ଭାବୁଛନ୍ତି । ଆଜିକାଲିର ସମୟରେ ଏପରି ଅନେକ ବିକଳ୍ପ ରହିଛି, ଯାହାକି ଏଫଡି ଠାରୁ ଅଧିକ ରିଟର୍ଣ୍ଣ ଦେବା ସହିତ ସେଥିରେ ରିସ୍କ ମଧ୍ୟ କମ୍ ରହିଥାଏ । ଏଫଡିରେ ରିସ୍କ କମ୍ ରହିଥାଏ ଓ ସୁଧ ହାର ପୂର୍ବରୁ ହିଁ ସ୍ଥିର ହୋଇଥାଏ । ମାତ୍ର ଆଜିର ମହଙ୍ଗା ଯୁଗରେ ବଜାର କ୍ରମାଗତ ଭାବେ ବଦଳୁଥିବା ବେଳେ ଏଫଡିରେ ପଇସା ରଖିବା ସେତେଟା ଫାଇଦା ନୁହେଁ । ଯଦି ଆପଣମାନେ ଅଧିକ ରିଟର୍ଣ୍ଣ, ଭଲ ଲିକ୍ବିଡିଟି, ପାଖାପାଖି ଜିରୋ ରିସ୍କ ଚାହାନ୍ତି, ତେବେ ଏପରି ଅନେକ ବିକଳ୍ପକୁ ଆପଣାଇ ପାରିବେ ।

ସରକାରୀ ବଣ୍ଡସ: ଯେଉଁମାନେ ବିନା ରିସ୍କରେ କ୍ରମାଗf ରିଟର୍ଣ୍ଣ ଚାହାନ୍ତି ଏହା ସେମାନଙ୍କ ପାଇଁ ବଢ଼ିଆ ବିକଳ୍ପ । ଏହା କେନ୍ଦ୍ର ସରକାରଙ୍କ ଦ୍ବାରା ପରଚାଳିତ ହୋଇଥାଏ, ଯେଉଁଥିରେ କି ପଇସା ବୁଡ଼ିବାର ସମ୍ଭାବନା ପ୍ରାୟତଃ ନଥାଏ । ମାତ୍ର ସୁଧ ଦରରେ ପରିବର୍ତ୍ତନ ଆସିବା ଫଳରେ ଦାମ୍ ତଳ-ଉପର ହୋଇଥାଏ । ଦୀର୍ଘ ଅବଧିର ନିବେଶକଙ୍କ ପାଇଁ ଏହାକୁ ସ୍ଥିର ବିକଳ୍ପ ଗ୍ରହଣ କରାଯାଏ ।

ଟ୍ରେଜରୀ ବିଲ୍ସ: ଯଦି ଆପଣ ୩-୧ ବର୍ଷର କ୍ଷୁଦ୍ର ଅବଧି ପାଇଁ ସୁରକ୍ଷିତ ନିବେଶ ସନ୍ଧାନରେ ରହିଛନ୍ତି ତେବେ ଆପଣଙ୍କ ପାଇଁ ଟ୍ରେଜରୀ ବିଲ୍ସ ଏକ ବଢ଼ିବା ବିକଳ୍ପ । ଏଥିରେ ସୁଧ ମିଳେ ନାହିଁ, ମାତ୍ର କମ୍ ଦରରେ କିଣିବାକୁ ହୁଏ । ମାଚ୍ୟୁରିଲି ପରେ ପୂରା ମୂଲ୍ୟ ଫେରସ୍ତ କରାଯାଏ ।

ଆରବିଆଇ ଫ୍ଲୋଇଂ ରେଟ ସେଭିଙ୍ଗସ ବଣ୍ଡ: ଆରବିଆଇ ଦ୍ବାରା ଜାରି ଏହି ବଣ୍ଡର ଅବଧି ୮ ବର୍ଷ ହୋଇଥାଏ । ଏଥିରେ ପାଖାପାଖି ସୁଧହାର ୮.୦୫ ପ୍ରତିଶତ ରହିଥାଏ । ପ୍ରତି ୬ ମାସରେ ଏହାର ସୁଧ ହାର ବଦଳିଥାଏ । ଯଦି ବଜାର ସୁଧ ଦର ବଢ଼ିଥାଏ, ତେବେ ଏହି ବଣ୍ଡର ରିଟର୍ଣ୍ଣ ମଧ୍ୟ ବଢ଼ିଯାଇଥାଏ ।

କର୍ପୋରେଟ ବଣ୍ଡସ: ଏଥିରେ କମ୍ପାନୀମାନେ ନିବେଶକଙ୍କ ଠାରୁ ପଇସା ନେଇ ବିଜିନେସ ଚଳାଇଥାନ୍ତି । ଏଥିରେ ସାଧାରଣ ଭାବେ ୯-୧୧ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ମିଳିଥାଏ । ମାତ୍ର କମ୍ପାନୀର ସ୍ଥିତି ମଜବୁତ ନ ରହିଲେ ରିସ୍କ ହୋଇଥାଏ । ସେଥିପାଇଁ AAA, A ପରି ଭଲ ରେଟିଂ ଥିବା କମ୍ପାନୀଙ୍କ ବଣ୍ଡସ ହିଁ ବାଛନ୍ତୁ । ଆଜିକାଲି Grip, Wint Wealth ପରି ପ୍ଲାଟଫର୍ମରେ ଏଥିରେ ନିବେଶ କରିବା ସହଜ ହୋଇଯାଇଛି ।

ପୋଷ୍ଟ ଅଫିସର ସରକାରୀ ସ୍କିମ: ଯଦି ଆପଣ କେବଳ ସୁରକ୍ଷିତ ସରକାରୀ ବିକଳ୍ପ ଚାହାନ୍ତି ତେବେ ପୋଷ୍ଟ ଅଫିସ ଯୋଜନା ସବୁଠାରୁ ଭରସାଯୋଗ୍ୟ ସାଧନ । ପୋଷ୍ଟ ଅଫିସର ବିଭିନ୍ନ ପ୍ରକାରର ଯୋଜନା ଯେପରିକି NSCରେ ପାଖାପାଖି 7.7%, ସୁକନ୍ୟା ସମୃଦ୍ଧି ଯୋଜନାରେ ପାଖାପାଖି ୮.୨ ପ୍ରତିଶତ (ଝିଅଙ୍କ ପାଇଁ), SCSSରେ ୮.୨ ପର୍ଯ୍ୟନ୍ତ ସୁଧ ମିଳିଥାଏ ।

Latest Posts

Don't Miss