ରିଲ୍‌ ନୁହେଁ ରିଅଲ, ଇସ୍ରାଏଲରେ ଜୀବନ ବଞ୍ଚାଉଛନ୍ତି ନେଟଫ୍ଲିକ୍ସ ହିରୋ

1 min read

ନୂଆଦିଲ୍ଲୀ:  ରିଲ୍‌ ନୁହେଁ ରିଅଲ ହିରୋ ।   ଚର୍ଚ୍ଚାରେ ଇସ୍ରାଏଲର ମେଗା ଧାରାବାହିକ ଅଭିନେତା ଲିଓର ରାଜ୍‌ ।  ନେଟଫ୍ଲିକ୍ସ ଡ୍ରାମା ଫୌଦା ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଇସ୍ରାଏଲ ଅଭିନେତା  ଲିଓର ରାଜ୍‌ ଏବେ ଇସ୍ରାଏଲ ଓ ହମାସ ଯୁଦ୍ଧରେ ହେଡଲାଇନ୍‌ ପାଲଟିଛନ୍ତି ।  ଟୁଇଟରରେ  ୨୦ ସେକେଣ୍ଡର ଏକ ଭିଡ଼ିଓ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି ଲିଓର ରାଜ୍‌ ।  ଭିଡ଼ିଓରେ ସେ ଦୁଇଟି ପରିବାରକୁ ରକ୍ଷା କରୁଥିବାର ଦେଖିବାକୁ ମିଳିଛି ।  ଘନ ଘନ ରକେଟ୍‌ ମାଡ଼୍‌ ଏବଂ ବିସ୍ଫୋରଣ ମଧ୍ୟରେ ହିରୋ ସାଜିଛନ୍ତି ଲିଓର । ବୃତ୍ତିଗତ ଅଭ୍ୟାସକୁ ବାସ୍ତବ ଜୀବନରେ ବ୍ୟବହାର କରିଛନ୍ତି । ସ୍ୱେଚ୍ଛାସେବୀ ସଙ୍ଗଠନ ‘ବ୍ରଦର୍ସ ଇନ୍‌ ଆର୍ମ୍ସ’ରେ ଯୋଗ ଦେଇଛନ୍ତି ଏହି ଅଭିନେତା ।

https://www.instagram.com/reel/CyMD8VOMLKf/?utm_source=ig_web_copy_link

ସୂଚନାଯୋଗ୍ୟ ୫୧ ବର୍ଷୀୟ ଲିଓ ରାଜ୍‌ ‘ହିଟ୍‌ ଆଣ୍ଡ୍‌ ରନ୍‌’ ଏବଂ ସିକ୍ସ ଅଣ୍ଡରଗ୍ରାଉଣ୍ଡ’ ପାଇଁ ବେଶ୍‌ ପରିଚିତ । ଫିଲ୍ମରେ ଅଭିନୟ କରି କରି ବାସ୍ତବ ଜୀବନରେ ମଧ୍ୟ ବୃତ୍ତିକୁ ଆପଣାଇଲେ ଏହି ଅଭିନେତା । ଦକ୍ଷିଣ ଇସ୍ରାଏଲରେ ଫସିଥିବା ନିରୀହଙ୍କ ଜୀବନ ବଞ୍ଚାଇବା ପାଇଁ  ୨୪ ଘଣ୍ଟା ହେବ କାମ କରୁଥିବା ଶହ ଶହ ସାହସୀ ବୀରଙ୍କ ସହିତ ଲୋକଙ୍କୁ ରକ୍ଷା କରିବା ପାଇଁ  ଅଣ୍ଟା ଭିଡ଼ିଛନ୍ତି ଲିଓର ରାଜ୍‌ ।