spot_img

Latest Posts

‘ହା ହା’ ବିରୋଧରେ ଫତୱା ଜାରି କଲେ ବାଂଲାଦେଶର ମୗେଲବୀ

ଢାକା: ବାଂଲାଦେଶର ଜଣେ ମୗେଲବୀ ଫେସବୁକର ଇମୋଜି ‘ହା ହା’ ବିରୋଧରେ ଫତୱା ଜାରି କରିଛନ୍ତି। ଏହି ମୌଲବୀଙ୍କର ଫଲୋଅର ସଂଖ୍ୟା ୩୦ ଲକ୍ଷରୁ ଅଧିକ ରହିଛି।

ସେ ପ୍ରତ୍ୟେକ ଦିନ ଏକ ଧାର୍ମିକ ଟେଲିଭିଜନ ଶୋରେ ମଧ୍ୟ ଜନସାଧାରଣଙ୍କୁ ଧର୍ମ ସମ୍ପର୍କିତ ଅନେକ ଉପଦେଶ ଦେଇଥାନ୍ତି । ଅହମଦୁଲ୍ଲା ଶନିବାର ଦିନ ୩ ମିନିଟର ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ଫେସବୁକରେ ମଜାକ ଉଡାଇବା ପାଇଁ ଥିବା ‘ହା ହା’ ଇମୋଜି ସମ୍ପର୍କରେ କହୁଥିବାର ନଜର ଆସୁଛନ୍ତି ।

ଫେସବୁକରେ ‘ହା ହା’ ଇମୋଜିର ବ୍ୟବହାର କରିବା ଇସଲାମ ଧର୍ମରେ ମୁସଲିମ୍ ମାନଙ୍କ ପାଇଁ ହରାମ (ନିଷେଧ) ଅଟେ। ମୌଲବୀଙ୍କ ଏହି ଭିଡ଼ିଓକୁ ୨୦ ଲକ୍ଷରୁ ଅଧିକ ବ୍ୟକ୍ତି ଦେଖିସାରିଲେନି । ଭିଡ଼ିଓରେ ସେ କହିଛନ୍ତି, ‘‘ଆଜିକା ସମୟରେ ଆମେ ଲୋକଙ୍କ ମଜାକ ଉଡାଇବା ଲାଗି ‘ହା ହା’ ଇମୋଜିର ବ୍ୟବହାର କରୁଛୁ । ଯଦି କମେଣ୍ଟରେ ଆମେ ମଜା କରିବା ଲାଗି ଏଭଳି କରୁଛୁ ଏବଂ ପୋଷ୍ଟ କରିଥିବା ବ୍ୟକ୍ତି ମଧ୍ୟ ଏଭଳି ଚାହୁଁଛନ୍ତି ତାହେଲେ ଠିକ୍ ଅଛି । କିନ୍ତୁ ଯଦି ସୋସିଆଲ୍ ମିଡିଆରେ ପୋଷ୍ଟ କିମ୍ବା ଟିପ୍ପଣୀ ଦେଉଥିବା ଲୋକଙ୍କର ମଜାକ ତଥା ଉପହାସ ଲାଗି ଏହି ଇମୋଜିର ବ୍ୟବହାର କେହି କରୁଛନ୍ତି ତାହେଲେ ଏହା ଇସଲାମରେ ସମ୍ପୂର୍ଣ୍ଣ ରୂପେ ନିଷେଧ ଅଟେ’’।

ଆଲ୍ଲାଙ୍କ ପାଇଁ ଏଥିରୁ ନିବୃତ୍ତ ରହିବା ଲାଗି ସମସ୍ତଙ୍କୁ ନିବେଦନ କରୁଛି । କାହାର ମଜାକ ଉଡାଇବା ଲାଗି କମେଣ୍ଟରେ ‘ହା ହା’ ଇମୋଜିର ବ୍ୟବହାର କରନ୍ତୁ ନାହିଁ । ଯଦି କେହି ମୁସଲମାନ ମାନଙ୍କୁ ଆଘାତ ପହଞ୍ଚାଇବେ ତାହେଲେ ପ୍ରତିଜବାବ ଖରାପ ଭାବେ ଦିଆଯାଇପାରିବ ।

ତେବେ ମୗେଲବୀଙ୍କ ଏହି ଭିଡ଼ିଓରେ ହଜାର ହଜାର ଫଲୋଅର୍ସ କମେଣ୍ଟ ଦେଇଛନ୍ତି । କେହି କେହି ପଜିଟିଭ କମେଣ୍ଟ ଦେଇଥିବା ବେଳେ ଆଉ କେହି କେହି ‘ହା ହା’ ଇମୋଜି ସହ ପ୍ରତିକ୍ରିୟା କରିଛନ୍ତି । ଅହମଦୁଲ୍ଲା ବାଂଲାଦେଶର ଇଣ୍ଟରନେଟ୍-ପ୍ରେମୀ ଇସଲାମୀ ଉପଦର୍ଶକଙ୍କ ନୂଆ ପିଢୀ, ଯାହାଙ୍କ ପ୍ରତି ଭିଡ଼ିଓ ଲକ୍ଷେ ଭ୍ୟୁଜ ପାଇଥାଏ ।

Latest Posts

Don't Miss