ଏସଆଇଙ୍କ ସମେତ ୩ କନଷ୍ଟେବଲ ନିଲମ୍ବିତ

1 min read

ଗତକାଲି କେନ୍ଦୁଝର ଜିଲ୍ଲା ତେଲକୋଈ ଥାନା ସରୁଆଳି ଗ୍ରାମରେ ଜାତିଆଣ ଆକ୍ଷେପ ସହ ବିଭିନ୍ନ ସଙ୍ଗିନ ମାମଲାରେ ଦାସ ଖୁଣ୍ଟିଆ ଓ ପୁଅ ଅନିଲ ଖୁଣ୍ଟିଆ ନାମରେ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଦୁହେଁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଆଗୁଆ  ଜାମିନ ପାଇଥିଲେ। ଜମିନକୁ ନେଇ ଜିଲ୍ଲା ସେସନ୍ସ କୋଟରେ ହଜାର ହୋଇଥିଲା ବାପ ଓ ପୁଅ । କିନ୍ତୁ ସେସନ୍ସ କୋଟ ଜାମିନ ଖାରଜ କରି ଦେଇଥିଲେ । ଖାରଜ ନୋଟିସ ପାଇବା ପୂର୍ବରୁ ବାପ ଓ ପୁଅ କୋର୍ଟରୁ ଚମ୍ପଟ ମାରିଥିଲେ । ଏନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇ ପୋଲିସ ଛାନଭିନ ଆରମ୍ଭ କରିଛି । ଏହି ଘଟଣା ରେ ଜଣେ କୋର୍ଟ ଏସଆଇଙ୍କ ସମେତ ୩ କନଷ୍ଟେବଲଙ୍କୁ ନିଲମ୍ବନ କରାଯାଇଛି । ସେମାନେ ହେଲେ ଦୁଷ୍ମନ୍ତ ସିଂ, କନଷ୍ଟେବଲ  ମନୋରମା ସେଠୀ, ଶିବନୀ ନାୟକ, ରେଣୁବଳା ମହାନ୍ତି । ')}

Leave a Reply