ଭେଣ୍ଡିଆ ପୁଅର ଫଟୋ ଦେଖାଇ ଖୋଜୁଛି ବାପା

ନନ୍ଦିଘୋଷ ବ୍ୟୁରୋ: ମେଡିସିନ ଆଣିବାକୁ ଯାଇ କଟକ ବଡ଼ ମେଡିକାଲରେ ଭେଣ୍ଡିଆପୁଅ ନିଖୋଜ ।  ଟାଇଁ ଟାଇଁ ଖରାରେ ପୁଅକୁ ଖୋଜୁଛି ବୃଦ୍ଧ ବାପା । ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତ ରାଉଳଖୁଣ୍ଟା ଗାଁର ମଣିଭଦ୍ର ମହାନ୍ତିଙ୍କ ପୁଅ ବିକାଶ ମହାନ୍ତି ଜଣେ ମାନସିକ ବିକାରଗ୍ରସ୍ଥ ରୋଗୀ । ସେ ଚିକିତ୍ସା ଓ ମେଡିସିନ ପାଇଁ ୧୫ ଦିନ ତଳେ କଟକ ବଡ଼ ମେଡିକାଲକୁ ମା’ଙ୍କ ସହିତ ଯାଇଥିଲେ । କିଛି ସମୟ ପରେ ହଠାତ ମେଡିକାଲରୁ ପୁଅ ବିକାଶ କୁଆଡ଼େ ଚାଲିଯାଇଛି ଯେ ଆଜି ପର୍ଯ୍ୟନ୍ତ ଖୋଜି ପାଉନାହାନ୍ତି ବାପା ମା’ । ସେପଟେ ପୁଅକୁ ଖୋଜି ଆଣିବା ପାଇଁ ଘରେ ଘରେ ବୁଲି ପୁଅର ଫୋଟୋ ଦେଖାଇ ଦେଖିଲେ ଖବର ଦେବାକୁ କହୁଛି ବୃଦ୍ଧ ବାପା । ଯାହାଙ୍କ ଦୁଃଖ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଆସିଯିବ ଲୁହ ।