ଭରତପୁର ମାମଲା: ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପୀଡ଼ିତାଙ୍କ ବାପା

1 min read

ଭୁବନେଶ୍ବର:  ଭରତପୁର ଥାନାରେ ନିର୍ଯାତନା ମାମଲା । ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପୀଡିତାଙ୍କ ବାପା ବ୍ରିଗେଡିୟର ଅନ୍ତର୍ଯାମୀ ପ୍ରଧାନ । ଡ୍ଯୁଟି ଠିକ୍ କରି ନଥିବାରୁ ସେମାନଙ୍କୁ କାର୍ଯ୍ୟାନ୍ତର କରିବା ସହ ଗିରଫ କରିବାକୁ ଦାବି କରିଛନ୍ତି ଅନ୍ତର୍ଯାମୀ ।

ସେ କହିଛନ୍ତି, କାର୍ଯ୍ୟାନ୍ତର କଲେ ହିଁ ପୋଲିସ ଉପରେ ଲୋକଙ୍କ ଭରସା ରହିବ । ଥାନାରେ ଯୌନ ନିର୍ଯାତନା ଜଘନ୍ଯ ଅପରାଧ । ଭାଇରାଲ ଭିଡିଓ ସମ୍ପର୍କରେ ସେ କହିଛନ୍ତି- ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଯୁଗ । ଦୋଷୀ ନିଜେ ରକ୍ଷା ପାଇବା ପାଇ ଜାଲ୍ ଉପାୟ ଅବଲମ୍ବନ କରିଥାନ୍ତି । ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥାନ୍ତି । କ୍ରାଇମବ୍ରାଞ୍ଚ ଠିକ୍ ତଦନ୍ତ ନକଲେ ବିଚାର ବିଭାଗୀୟ କିମ୍ବା ସିବିଆଇ ତଦନ୍ତ ଲାଗି ଦାବି କରିବି ।

ପୋଲିସକୁ ଝିଅ ମାଡ ମାରିବା ଅଭିଯୋଗ ସମ୍ପର୍କରେ ସେ କହିଛନ୍ତି ଏହି ମିଛ । ଝିଅର ଦାନ୍ତ ଭାଙ୍ଗିଛି, ଦେହସାରା ମାଡ଼ ହୋଇଛି । ସେ କିପରି ପୋଲିସକୁ ପିଟିଲା ବୋଲି ପ୍ରଶ୍ନ କରିଛନ୍ତି ଅନ୍ତର୍ଯାମୀ ।