ପୋଲିସକୁ ନେଇ ଗର୍ବ କଲେ ସହିଦଙ୍କ ବାପା, ବିକାଶ ଦୁବେକୁ ମିଳିଛି…

1 min read
Father of Martyred Constable of UP Police feeling proud in Crops after encounter of Vikash Dubey

ଲକ୍ଷ୍ନୌ: ଗୁଳିର ଜବାବ ଗୁଳିରେ ଦେଇଛି ପୋଲିସ । ୮ ପୋଲିସଙ୍କ ହତ୍ୟାର ବଦଲା ନେଇଛି ୟୁପି ପୋଲିସ । କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି । ଦୁବେର ଦର୍ଦ୍ଦନାକ ମୃତ୍ୟୁ ପରେ ଖୁସି ବ୍ୟକ୍ତ କରିଛନ୍ତି ସହିଦ ପୋଲିସଙ୍କ ପିତା । ଗତ ୩ ତାରିଖରେ କାନପୁର ପୋଲିସର ଟିମ୍ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଧରିବାକୁ ଯାଇଥିଲା । ରେଡ୍ ନେଇ ଆଗରୁ ସୂଚନା ପାଇଥିଲା ବିକାଶ ଦୁବେ । ପୋଲିସ ବିକ୍ରୁ ଗାଁରେ ରେଡ୍ କରିବା ବେଳେ ବିକାଶ ଦୁବେ ଓ ସହଯୋଗୀ ପୋଲିସ ଉପରେ ଆକ୍ରମଣ କରିଥିଲେ ।

bikash arrest

ପୋଲିସ କିଛି ବୁଝିବା ଆଗରୁ ଛାତ ଉପରୁ ଅନ୍ଧାଧୂନ୍ ଗୁଳି ବର୍ଷଣ କରିଥିଲା ବିକାଶ ଦୁବେ । ଏଥିରେ ଜଣେ ଡେପୁଟି ଏସପିଙ୍କ ସମେତ ୮ ଜଣ ପୋଲିସ ସହିଦ ହୋଇଥିଲେ । ସହିଦଙ୍କ ଭିତରେ ଥିଲେ ୟୁପି ପୋଲିସରେ କାର୍ଯ୍ୟରତ ଜିତେନ୍ଦ୍ର ପାଲ ସିଂହ । ଯିଏ କି ଉତ୍ତରପ୍ରଦେଶ ପୋଲିସରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ । ଆଜି ପୋଲିସ୍ ଏନକାଉଣ୍ଟରରେ ବିକାଶ ଦୁବେ ନିହତ ହୋଇଛି ।

ଫେରାର୍ ବେଳେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ STFର ଏନକାଉଣ୍ଟର

ଦୁବେର ମୃତ୍ୟୁ ପରେ ସହିଦ କନେଷ୍ଟବଳ ଜିତେନ୍ଦ୍ର ପାଲ ସିଂହଙ୍କ ପିତା ଉତ୍ତର ପ୍ରଦେଶ ପୋଲିସକୁ ନେଇ ଗର୍ବିତ ଥିବା କହିଛନ୍ତି । ପୋଲିସ ଯାହା ବି କରିଛି ଏହା ଦ୍ୱାରା ମୋ ପୁଅର ଆତ୍ମାଙ୍କୁ ଶାନ୍ତି ମିଳିବ ବୋଲି କହିଛନ୍ତି ଜିତେନ୍ଦ୍ରଙ୍କ ପିତା ତିରଥ ପାଲ । ଏଥିସହ ସେ ପ୍ରଶାସନ ଓ ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ଧନ୍ୟବାଦ ଦେଇଛନ୍ତି ।

୩ ତାରିଖରେ ୮ ପୋଲିସଙ୍କୁ ହତ୍ୟା ପରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଫେରାର ହୋଇଯାଇଥିଲା । ଯାହାପରେ ବିକାଶର ସହଯୋଗୀଙ୍କୁ ଖୋଜିଖୋଜି ମାରିଥିଲା ପୋଲିସ । ୯ ତାରିଖରେ ବିକାଶ ଦୁବେ ଉଜ୍ଜୟନୀରୁ ଧରାପଡ଼ିଥିଲା । ତାକୁ ଆଜି ଭୋରରୁ ୟୁପି ଏସଟିଫ କାନପୁର ଅଭିମୁଖେ ଆଣିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାର ସୁଯୋଗ ନେଇ ଜଣେ ଏସ୍ଆଇଙ୍କ ବନ୍ଧୁକ ଛଡ଼ାଇ ନେଇ ଖସିଯିବାକୁ ଚେଷ୍ଟା କରିଥିଲା । ପରେ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ଦୁବେର ମୃତ୍ୟୁ ହୋଇଛି ।

ଫେରାର୍ ବେଳେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ STFର ଏନକାଉଣ୍ଟର

Leave a Reply