ପୁଅକୁ ମାରି ଘର ପଛପଟେ ପୋତିଦେଲା ବାପା

ଆଠଗଡ଼: ବାପାର ହାତରେ ବଳି ପଡ଼ିଲା ପୁଅ । ପୁଅକୁ ଜୀବନରୁ ମାରି ମାଟି ତଳେ ପୋତି ଦେଲା ପିଶାଚ ବାପା । ଦୀର୍ଘ ୭ ଦିନ ପୂର୍ବରୁ ପୁଅକୁ ମାରିଥିଲା ବାପା । ପୁଅକୁ ମାରିବା ପରେ ନିଜ ଘର ପଛପଟେ ପୋତି ଦେଲା ।
ଏଭଳି ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ଗୁରୁଡ଼ିଝାଟିଆ ଥାନା ଗୋବରା ଗାଁ ଅଞ୍ଚଳରେ । ମୃତକ ହେଉଛନ୍ତି ୩୦ ବର୍ଷୀୟ କୁନା ଦେହୁରୀ । ଏନେଇ ଖବର ପାଇ ୭ଦିନ ପରେ ଶବ ଜବତ କରିଛି ଗୁରୁଡ଼ିଝାଟିଆ ପୋଲିସ । ଅଭିଯୁକ୍ତ ବାପା ନରେନ୍ଦ୍ର ଦେହୁରୀଙ୍କୁ ଥାନାରେ ଅଟକ ରଖି ପୋଲିସ ଛାନବିନ୍ କରୁଛି ।
ସାଇଣ୍ଟିଫିକ୍ ଟିମ୍ ମାଟିରେ ପୋତା ହୋଇଥିବା ଶବକୁ ବାହାର କରି ଅଧିକ ତଦନ୍ତ କରିବ। ପୁତ୍ରହନ୍ତା ପିଶାଚ ବାପାକୁ ପୋଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।