୮ ବର୍ଷର ଝିଅକୁ ହାଣିଦେଲା ଜନ୍ମଦାତା

1 min read

ନୂଆପଡ଼ା: ଜନ୍ମକଲା  ଝିଅକୁ ପନିକିରେ ହାଣିଲା ପିଶାଚ ବାପା । ହାତ ଧରି ବାଟ କଢ଼େଇବା ବୟସରେ ନୃଶଂସ ହତ୍ୟାର ଅଭିଯୋଗ ମୁଣ୍ଡାଇଛି ବାପା । ଏଭଳି ଏକ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା କୋଟାମାଲ ଗାଁରେ । ନିଜ ୮ ବର୍ଷର ଝିଅକୁ ପନିକିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି ବାପା ନାଁରେ। ଗତକାଲି ସନ୍ଧ୍ୟାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି  ।

ସୂଚନା ଅନୁଯାୟୀ, ସରିତା କେତକୀକୁ ବାପା ମହେନ୍ଦ୍ର କେତକୀ ଘରେ କେହି ନଥିବା ବେଳେ ପନିକିରେ ହାଣି ହତ୍ୟା କରିଛି । କପା ତୋଳି ଫେରିବା ପରେ ମାଆ ଲଳିତା, ଝିଅର ମୃତଦେହ ଦେଖି ଚିତ୍କାର କରି ସମସ୍ତଙ୍କୁ ଡାକିଥିଲେ । ତେବେ ଏନେଇ ସରିତାର ବଡ଼ବାପା ଖଡ଼ିଆଳ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପ୍ରାଥମିକ ତଦନ୍ତ ଆାରମ୍ଭ କରିଛି । ହତ୍ୟା କରି ବାପା ଫେରାର ଥିବାବେଳେ ହତ୍ୟା କାଣ୍ଡର ସଠିକ୍ କାରଣ ଜଣାପଡ଼ିନାହିଁ । ')}

Leave a Reply