ବାପାକୁ ଠେଙ୍ଗାରେ ପିଟି ପିଟି ମାରିଲା ପୁଅ

ରାୟଗଡ଼ା: ପୁଅର ଠେଙ୍ଗାମାଡ଼ରେ ବାପାର ମୃତ୍ୟୁ । ପ୍ରଚଣ୍ଡ ରାଗରେ ବାପାକୁ ଠେଙ୍ଗାରେ ପିଟି ମାରିଲା ପୁଅ । ମୃତକଙ୍କ ନାମ ହେଉଛି ଲଙ୍ଗେସା ହିକବାଡ଼ିକା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ହନୁମନ୍ତପୁର ପଞ୍ଚାୟତ ଉହାପୁଚି ଗାଁରେ ।

 

ସୂଚନା ଅନୁଯାୟୀ, ଲଙ୍ଗେସା ହିକବାଡ଼ିକା ଓ ତାଙ୍କ ପୁଅ ବଦ ହିକବାଡ଼ିକା ମଧ୍ୟରେ କଳହକୁ ନେଇ ଝଗଡ଼ା ହୋଇଥିଲା । ଏହି ଝଗଡ଼ା ଧିରେ ଧିରେ ଉଗ୍ରରୂପ ଧାରଣ କରିଥିଲା । ପୁଅ ବଦ ରାଗରେ ଉତ୍ୟକ୍ତ ହୋଇ ପାଖରେ ପଡ଼ିଥିବା ଏକ ଠେଙ୍ଗାରେ ବାପାର ମୁଣ୍ଡକୁ ପ୍ରହାର କରିଥିଲା  ।

ଯାହାଫଳରେ ମୁଣ୍ଡରେ ମାଡ଼ବାଜି ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣା ସ୍ତଳରେ ହିଁ ବାପାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ଚନ୍ଦ୍ରପୁର ଥାନାରେ ଏତଲା ହେବାପରେ ପୋଲିସ ଶବକୁ ଜବତ କରି ଏକ ହତ୍ୟା ମାମଲା ରୁଜୁ କରିଛି । ସେପଟେ ପୋଲିସ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି ।

Leave a Reply