ରଜରେ ଚାଞ୍ଚଲ୍ୟ, ପୁଅକୁ ପିଟିପିଟି ମାରିଦେଲେ ସାବତ ମା ବାପା !

ପାରାଦୀପ: ଜଗତସିଂହପୁର ପାରାଦୀପ ତ୍ରିଲୋଚନପୁରରେ ଅଭାବନୀୟ ଘଟଣା । ରଜ ପାଇଁ ଗାଁ ଉତ୍ସବମୁଖର ଥିବାବେଳେ ସ୍କୁଲ ପଛପଟୁ ମିଳିଲା ନାବାଳକର ମୃତଦେହ । ଅଭୟଚାନ୍ଦପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କଲା ପୋଲିସ । ପ୍ରାଥମିକ ତଦନ୍ତରୁ ଏହା ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ । ୧୫ ବର୍ଷୀୟ ପୁଅର ମୃତଦେହ ମିଳିବା ପରେ ବାପା ଓ ସାବତ ମା’ଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ମାମୁଁଘର । ଅଭିଯୋଗ ଆଧାରରେ ନାବାଳକ ପୁଅର ବାପା ଓ ସାବତ ମାକୁ ପଚରାଉଚୁରା କରୁଛି ପୋଲିସ ।